22.1 C
Bhubaneswar
Sunday, January 23, 2022
Homeଓଡିଶାଅପରାଧି ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ : ବିଜେଡି

ଅପରାଧି ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ : ବିଜେଡି

ଭୁବନେଶ୍ୱର : ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ
ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ ।
ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି ବୋଲି କହିଛନ୍ତି
ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ସୁଶ୍ରୀ ସାହୁ କହିଛନ୍ତି ଯେ ପ୍ରଥମ ଦିନରୁ ଲକ୍ଷ୍ୟ କରାଯାଉଛି ଯେ ବିଜେପି ବିଶେଷକରି ଶ୍ରୀମତୀ ସାମନ୍ତସିଂହାର
ତଦନ୍ତକୁ ବାଟବଣା ଲାଗି ଉଦ୍ୟମ କରିବା ସହିତ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଅଶାଳୀନ ଓ
ଅପମାନଜନକ ଶବ୍ଦ ପ୍ରୟୋଗ କରୁଛନ୍ତି । ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ ଲଜ୍ଜା ଲାଗିବା କଥା । ଅତୀତରେ
ରାଜ୍ୟ ରାଜନୀତିରେ କେବେ ହେଲେ ଏଭଳି ଶବ୍ଦ ବ୍ୟବହାର ଦେଖାଯାଇନଥିଲା, ଯାହାକି ଓଡିଆ ସଂସ୍କୃତି ଓ ନୀତିର
ପରିପନ୍ଥୀ ।
ଏହି ଘଟଣାରେ ଆମେ ପ୍ରଥମରୁ କହି ଆସୁଛୁ ଯେ ବିଜେପି ହାତରେ ଯଦି ସେଭଳି କିଛି ତଥ୍ୟ ପ୍ରମାଣ ରହିଛି
ତେବେ ସେମାନେ ତାହାକୁ ଏସ୍‍ଆଇଟି କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ । ପ୍ରଥମେ ସେମାନେ ଏସ୍‌ଆଇଟିକୁ
କୌଣସି ତଥ୍ୟ ପ୍ରମାଣ ଦେଲେ ନାହିଁ ବରଂ ଘଟଣାକୁ ରାଜନୀତି ରଙ୍ଗ ଦେଲେ । ଏବେ ଏହାର ଚାର୍ଜସିଟ୍ ହୋଇସାରିଛି ।
ଯଦି କିଛି ତଥ୍ୟ ପ୍ରମାଣ ଥାଏ ତେବେ ବିଜେପି ତାହା ଅଦାଲତରେ ମଧ୍ୟ ଦାଖଲ କରିପାରିବ । ମାତ୍ର ବିଜେପି ତାହା କରିବା
ବଦଳରେ ଡାହା ମିଛ ଓ ମନଗଢା କଥା କହି କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି । ଆମେ ତାଙ୍କୁ
ପଚାରିବାକୁ ଚାହୁଁଛୁ ଯେ ଜଣେ ମହିଳା ହିସାବରେ ସେ କଭି ଳି ପରୀ କ୍ଷେତ୍ରରେ ସାଂଘାତିକ ଅନ୍ୟାୟ କରୁଛନ୍ତି ଏବଂ ଏଭଳି
ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛନ୍ତି । ସେ ଏବଂ ବିଜେପିର ଅନ୍ୟ ନେତାମାନେ ଅତୀତର କୁନ୍ଦୁଲି ଓ ଟିକିରି
ଭଳି ଏହି ଘଟଣାକୁ ମଧ୍ୟ ରାଜନୀତି ରଙ୍ଗ ଦେବାପାଇଁ ଉଦ୍ୟମ କରିଥିଲେ ।
ଆମେ ସମସ୍ତେ ଦେଖିଛେ ଯେ ଟିକିରି ଘଟଣାରେ କିଭଳି ସେମାନଙ୍କର ମିଥ୍ୟା ପ୍ରଚାର ଏବଂ ଦୋମୁହାଁ ନୀତି
ଧରାପଡିଥିଲା ଏବଂ ଯେଉଁବ୍ୟକ୍ତିଙ୍କ ବିରୁଦ୍ଧରେ ସେମାନେ ଅଭିଯୋଗ କରୁଥିଲେ, ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ
ଟିକେଟ ଦେଇ ନିର୍ବାଚନ ଲଢାଇଥିଲେ । ଅନୁରୂପ ଭାବେ କୁନ୍ଦୁଲି ଘଟଣାରେ ମଧ୍ୟ ମିଛର ପର୍ଦ୍ଦାଫାସ ହୋଇଥିଲା । ବିଭିନ୍ନ
ସ୍ପର୍ଶକାତର ଓ ଜଘନ୍ୟ ଅପରାଧ ଘଟଣାରେ ବିଜେପି କିଭଳି ତଳ ସ୍ତରକୁ ଖସି ରାଜନୀତି କରେ ତାହା ଓଡିଶାବାସୀ
ଦେଖିଆସୁଛନ୍ତି ଓ ଏଭଳି ଘୃଣ୍ୟ ରାଜନୀତି ପାଇଁ ରାଜ୍ୟବାସୀ ମଧ୍ୟ ସେମାନଙ୍କୁ ଉଚିତ୍‍ ଜବାବ ଦେଉଛନ୍ତି ବୋଲି ସୁଶ୍ରୀ ସାହୁ
କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking