34.1 C
Bhubaneswar
Friday, March 29, 2024
Homeରାଜନୀତିଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡ଼ି

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡ଼ି

ଭୁବନେଶ୍ୱର : ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‌? ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ ବିଧାୟକ ଏଭଳି ଗନଗଢା ଆରୋପ ଲଗାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ବିଜେପିର ପୂର୍ବତନ ବିଧାୟକ ରବି ନାୟକଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟ ସରକାର ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । କୋଭିଡ୍ ସମୟରେ ଅକ୍ସିଜେନ୍ ଶଯ୍ୟା, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ଶଯ୍ୟା ବୃଦ୍ଧି ଫଳରେ ସ୍ଥାନୀୟ ଅଞ୍ଚଳ ସହିତ ଛତିଶଗଡ ଓ ଝାଡଖଣ୍ଡର ଲୋକେ ବି ଆସି ଏଠାରେ ଚିକିତ୍ସିତ ହେଉଥିଲେ । ଓଡିଶାର ସ୍ୱାସ୍ଥ୍ୟସେବାକୁ ପଡୋଶୀ ରାଜ୍ୟର ଲୋକେ ପ୍ରଶଂସା କରୁଥିବାବେଳେ କେବଳ ରାଜନୀତି ପାଇଁ ବିଜେପି ଏଭଳି ଆରୋପ ଲଗାଉଥିବା ଶ୍ରୀ ବାବୁ କହିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି ଯେ ନିଜ ଦଳ ଭିତରେ ଚାଲିଥିବା କନ୍ଦଳକୁ ଲୁଚାଇବା ପାଇଁ ଓଡିଶା ବିଜେପି ଏବେ ରାଜ୍ୟ ସରକାରଙ୍କୁ ବଦନାମ କରିବା ନୀତି ଆପଣେଇଛି । ଭୀମ୍‌ସାରକୁ ସୁପର ସ୍ପେଶିଆଲିଟି ବ୍ୟବସ୍ଥା ସହିତ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି ଓ ଏ କ୍ଷେତ୍ରରେ ସରକାର ଯତ୍ନବାନ ଅଛନ୍ତି । ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ କୋଭିଡ୍‌ର ଦ୍ୱିତୀୟ ଲହରକୁ ରାଜ୍ୟରେ ସଫଳତାର ସହ ମୁକାବିଲା କରାଯାଇ ପାରିଛି । ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ସମଗ୍ର ଦେଶକୁ ଅକ୍ସିଜେନ୍ ଯୋଗାଇ ଓଡିଶା ସରକାର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଓଡିଶାର ଏହି କାର୍ଯ୍ୟକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସା କରାଯାଉଥିବାବେଳେ ବିଜେପି ନେତାମାନେ ଏଥିରେ ଅସହିଷ୍ଣୁ ହୋଇ ଯେଉଁଭଳି ମନଗଢା ଆରୋପ ଲଗାଉଛନ୍ତି ତାହାକୁ ଓଡିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking