32.8 C
Bhubaneswar
Tuesday, April 16, 2024
Homeଓଡିଶାନବୀନ ଗଢିଲେ ଟିମ୍‌

ନବୀନ ଗଢିଲେ ଟିମ୍‌

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ କାର୍ଯକର୍ତ୍ତା ତାଲିକା ପ୍ରକାଶ କରିଛନ୍ତି । ଏଥିରେ କେବଳ ଉପସଭାପତି ଭାବେ ୧୭ ଜଣଙ୍କୁ ନେଇଥିବା ବେଳେ ସାଧାରଣ ସଂପାଦକ ଭାବେ ଜଣକୁ ନେଇଛନ୍ତି । ଆଉ ଅନ୍ୟ କୌଣସି କର୍ମକର୍ତ୍ତା ଙ୍କ ତାଲିକା ପ୍ରକାଶ କରିନାହାନ୍ତି । ବରିଷ୍ଠ ଉପସଭାପତି ଭାବେ ୮ ଜଣଙ୍କୁ ଓ ଉପସଭାପତି ଭାବେ ୯ ଜଣଙ୍କୁ ନେଇଛନ୍ତି । ସାଧାରଣ ସଂପାଦକ ହେଡକ୍ୱାର୍ଟର ଭାବେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାଶ ବର୍ମାଙ୍କୁ ନେଇଛନ୍ତି । ତାଲିକାରେ ଜଣେ ସାଂସଦ ସ୍ଥାନ ପାଇଥିବା ବେଳେ ଏକାଧିକ ବିଧାୟକଙ୍କୁ ନେଇଛନ୍ତି ଏବଂ ଦୁଇ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ପ୍ରଥମଥର ପାଇଁ ବିଜେଡିର ୯ ଉପସଭାପିତଙ୍କୁ ମିଳିଛି ବିଭିନ୍ନ ଦାୟିତ୍ୱ ।
ବିଜୁ ଜନତା ଦଳ କାର୍ଯ୍ୟକର୍ତା ନିଯୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ୮ ଜଣ ବରିଷ୍ଠ ଉପସଭାପତି , ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ବରିଷ୍ଠ ଉପସଭାପତିରେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର ରହିଛନ୍ତି । ସେହିଭଳି ଉପସଭାପତି ତାଲିକାରେ ମଙ୍ଗଳା କିଷାନଙ୍କୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ, ସୌମ୍ୟରଂଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ, ଦେବୀ ମିଶ୍ରଙ୍କୁ ମୋ ପରିବାର ଦାୟିତ୍ୱ, ବିକ୍ରମ ଆରୂଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରି ପାତ୍ରଙ୍କୁ ଆଂଚଳିକ ଉନ୍ନୟନ , ପ୍ରଦୀପ କୁମାର ଅମାତ୍‌ଙ୍କୁ ସଶକ୍ତ ଓଡିଶା ଏବଂ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତିକରଣ ଦାୟିତ୍ୱ ଦିଆଯାଇଛି । ସେହିଭଳି ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking