37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିଜେପି ପ୍ରଶ୍ନର ପ୍ରତିକ୍ରିୟା ରଖିଲା ବିଜେଡି

ବିଜେପି ପ୍ରଶ୍ନର ପ୍ରତିକ୍ରିୟା ରଖିଲା ବିଜେଡି

ଜୟପୁର: ୨୬ ନମ୍ବର ଜାତୀୟ ରାଜପଥ ର ନିର୍ମାଣ ରେ ମନ୍ଥର ସାଙ୍ଗକୁ ବ୍ୟାପକ ଅନିୟମିତତା ଏବଂ ସାର ର କଳା ବଜାରୀ ହେଉଥିବା ନେଇ କୋରପୁଟ ଜିଲା ଜୟପୁର ରେ ଏବେ ଆରମ୍ଭ ହୋଇଯାଇଛି ରାଜନୀତି।ଏହି ଦୁଇ ପ୍ରସଙ୍ଗ କୁ ନେଇ ବିଜେଡି ତରଫରୁ ଗତ ୨୫ ତାରିଖ ରେ ରାଜପଥ କାର‌୍ୟ୍ୟାଳୟ ଘେରାଓ ଆଉ ୨୬ ତାରିଖ ରେ ଜିଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର‌୍ୟ୍ୟାଳୟ ଘେରାଓ କରାଯାଇଥିଲା। ପରେ ୨୭ ତାରିଖ ଦିନ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ନେତୃତ୍ୱ ରେ ସାର ର କଳା ବଜାରୀ ର ତଦନ୍ତ ଦାବିରେ ଜୟପୁର ଉପଜିଲାପାଳ ଙ୍କ କାର‌୍ୟ୍ୟାଳୟ ଘେରାଓ କରାଯାଇଥିଲା।ଘେରାଉ ସମୟ ରେ ଉଭୟ ବିଜେଡି ଏବଂ କଂଗ୍ରେସ ତରଫରୁ କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି ହୋଇଥିବା ନେଇ ବିଜେପି ବିଧାୟକ ପାର୍ଥି ଗୌତମ ସାମନ୍ତରାୟ ଏକ ପ୍ରେସମିଟ ସୂଚନା ଦେଇଥିଲେ।ଏହି ପ୍ରେସ ମିଟ ରେ ସେ କେନ୍ଦ୍ର ସରରକର ରାଜପଥ ନିର୍ମାଣ ପାଇଁ ୯୬କୋଟି ଟଙ୍କା ମଜୁର କରିଛନ୍ତି ଏବଂ କୋରପୁଟ ଜିଲ୍ଲାକୁ ଚଳିତ ବର୍ଷ ୧୬୦୦୦ ମେଟ୍ରିକ ଟନ ସାର ଦିଆଯାଇଛି।ଏସବୁ କୁ ପରିଚାଳନା କରିବା ରାଜ୍ୟସରକାର ଙ୍କ ଦାଇତ୍ୱ ।ନିଜ ସରକାର ଙ୍କ ଅପାରଗତା କୁ ପ୍ରମାଣିତ କରିଛି ବିଜେଡି।ସେହିପରି ରାଜପଥ ନିର୍ମାଣ କାର‌୍ୟ୍ୟ ମନ୍ଥର ଏବଂ ଅନିୟମିତତା ସତ୍ତ୍ୱେ ଚୁପ କହିଁକି ବୋଲି ପ୍ରଶ୍ନ କରିବାବେଳେ ସାର ର ଅଭାବି ବିକ୍ରି ହେଉଥିବା ବେଳେ ନିଜେ ଜଣେ ବଡ ଚାଷୀ ହୋଇ ହୋଇ ମଧ୍ୟ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବୋଲି ସମାଲୋଚନା କରିଛନ୍ତି ବିଜେପି ବିଧାୟକ ପାର୍ଥି ଗୌତମ ସାମନ୍ତରାୟ।ଅନ୍ୟପଟେ ଆଜି ବିଜେଡି ପକ୍ଷରୁ ଏକ ପ୍ରେସ ମିଟ ଯୋଗେ ବିଜେପି ର ପ୍ରେସମିଟ ଉପରେ ପ୍ରତୁକ୍ରିୟା ଦିଆଯାଇଛି।ରାଜପଥ ନିର୍ମାଣ ପାଇଁ ୬୬କୋଟି ଟଙ୍କା ର ଟେଣ୍ଡର ହୋଇଛି ଆଉ ତାହାର ପରିଚାଳନା ପାଇଁ ସମସ୍ତ କ୍ଷମତା କେନ୍ଦ୍ର ସରକାର ଉପରେ ରହିଛି।ତାହା ବୋଧେ ସ୍ଥାନୀୟ ବିଜେପି ପାର୍ଥ ଜାଣି ନାହାନ୍ତି ତେଣୁ ଭୁଲ ତଥ୍ୟ ଦେଉଛନ୍ତି ।ଆଉ ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ଙ୍କୁ ସମାଲୋଚନା କରିଛନ୍ତି।ତାହା ନିନ୍ଦନୀୟ ବୋଲି କୁହାଯାଇଛି। ଦୁଇ ଦଳ ଦେଉଥିବା ସୂଚନା ଅଲଗା ଅଲଗା ରହିଛି ଯାହାକୁ ନେଇ ଆଶଙ୍କା ରେ ସାଧାରଣ ଜନତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking