43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶବିଚିତ୍ର ବ୍ରହ୍ମାଣ୍ଡ! ଆପେ ଆପେ ଘୁଞ୍ଚି ଚାଲିଛି ଏହି ରହସ୍ୟମୟୀ ପଥର

ବିଚିତ୍ର ବ୍ରହ୍ମାଣ୍ଡ! ଆପେ ଆପେ ଘୁଞ୍ଚି ଚାଲିଛି ଏହି ରହସ୍ୟମୟୀ ପଥର

ନୂଆଦିଲ୍ଲୀ: କଣ ଆପଣ କେବେ ପଥରକୁ ଚାଲୁଥିବାର ଦେଖିଛନ୍ତି କି? ଆମର ଜାଣିବାରେ ପଥର ହେଉଛି ଏକ ନିର୍ଜୀବ ବସ୍ତୁ ଯାହାର କି ଜୀବନ ନାହିଁ । ହେଲେ ଆମେରିକାର ଗୋଟିଏ ଏପରି ସ୍ଥାନ ରହିଛି ଯେଉଁଠାରେ ଥିବା ଏକ ପଥର ଆପେ ଆପେ ଘୁଞ୍ଚି ଘୁଞ୍ଚି ଚାଲିଛି । ଏହି ପଥରକୁ ନେଇ ଅନେକ ପ୍ରକାର ଅନୁସନ୍ଧାନ କରୁଥିଲେ ସୁଦ୍ଧା କୌଣସି ବି ନିଷ୍କର୍ଷ ମିଳିପାରି ନାହିଁ । ଆଉ ଏହି ଅନୁସନ୍ଧାନ ଏବେ ପର୍ଯ୍ୟନ୍ତ ଜାରି ରହିଛି ।

କାର୍ଲିଫର୍ଣ୍ଣିଆର ଡେଥ୍ ଭାଲି ନ୍ୟାସନାଲ୍ ପାର୍କରେ ରେସଟ୍ରାକ୍ ପ୍ଲାୟା ନାମରେ ଏକ ଶୁଷ୍କ ନଦୀ ରହିଛି । ଯାହାକି ୨.୫ ମାଇଲ୍ ଉତ୍ତରରୁ ଦକ୍ଷିଣ ଏବଂ ୧.୨୫ ମାଇଲ୍ ପୂର୍ବରୁ ପଶ୍ଚିମ ଆଡକୁ ବ୍ୟାପି ରହିଛି । ହେଲେ ଏହି ସ୍ଥାନ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କରିବା ପରି ଜିନିଷ ରହିଛି । ଯାହାକି ହେଉଛି ଏକ ଚାଲୁଥିବା ପଥର । ଏହା ଆପେ ଆପେ ଘୁଞ୍ଚୁଛି । ତେବେ ଲୋକମାନଙ୍କ କହିବାନୁସାରେ ଏହି ସ୍ଥାନର ଡେଥ୍ ଭାଲି ତେଣୁ ଏଠାକାର ପଥର ଚାଲୁଛି । ପଥରଟି ଯେତିକି ସ୍ଥାନ ଘୁଞ୍ଚି ଘୁଞ୍ଚି ଯାଉଛି ସେ ସ୍ଥାନରେ ଚିହ୍ନ ହୋଇ ହୋଇ ଯାଉଛି ।

୧୯୦୦ ଦଶକରେ ଏହାକୁ ନେଇ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ମତ ଦେଇଥିଲେ । କିଛିଙ୍କ କହିବା କଥା ଯେ, ଏଠାରେ ହେଉଥିବା ଭୀଷଣ ପବନ ପଥରଟିକୁ ଘୁଞ୍ଚାଇ ନେଉଛି । ସେହିପରି ଆଉ କିଛିଙ୍କ କହିବା କଥା ଯେ, ପଥରରେ ଆଇରନ୍ ଅଧିକ ଓ ମାଟିରେ ଚୁମ୍ବକୀୟ ମାତ୍ରା ଥିବା ହେତୁ ଏପରି ହେଉଛି । ଖାଲି ସେତିକି ନୁହେଁ କିଛି ଏହା ମଧ୍ୟ କହିଛନ୍ତି ଯେ, ଏଠାକୁ ଏଲିଏନ୍ ମାନେ ଆସୁଛନ୍ତି ତେଣୁ ତାର ପ୍ରଭାବ ପଥର ଉପରେ ପଡ଼ୁଛି ।

ଏନେଇ ୨୦୧୪ ମସିହାରେ ଜଶାପଡ଼ିଥିଲା । ସେ ସମୟରେ ଏହାକୁ ନେଇ ଅନେକ ରିସର୍ଚ୍ଚ ହୋଇଥିଲା । ସେତେବେଳେ ବୈଜ୍ଞାନିକ ମାନେ ଏହାକୁ ଗୋଟିଏ ସ୍ଥାନରେ ଆଣି ରଖିଥିଲେ ଓ ଏହାର କିଛି ବର୍ଷ ପରେ ଆସି ଦେଖିଥିଲେ ଓ ଚକିତ ହୋଇଯାଇଥିଲେ । ପଥର ଟି ୨୦୦ କିଲୋ ହୋଇଥିବା ବେଳେ ଏହା ଘୁଞ୍ଚି ଘୁଞ୍ଚି ୧ କିମି ଅତିକ୍ରମ କରିସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking