28.1 C
Bhubaneswar
Thursday, March 28, 2024
Homeଅପରାଧମହିଳା ଏସ୍‌ଆଇଙ୍କୁ କାମୁଡି, ଜେଲ୍ ଗଲେ ଲେଡି ଡନ୍‌

ମହିଳା ଏସ୍‌ଆଇଙ୍କୁ କାମୁଡି, ଜେଲ୍ ଗଲେ ଲେଡି ଡନ୍‌

ଭୁବନେଶ୍ୱର : ମହିଳା ଏସ୍‌ଆଇଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ସମ୍ପୃକ୍ତ ଲେଡି ଡନ୍‌ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସବରସାହିର ସୁଶ୍ରୀ ସଙ୍ଗୀତା ପଣ୍ଡା(୪୬) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ  କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ୱରରେ ଅଭିଯୁକ୍ତ ମହିଳାଙ୍କ ଘରେ ନୟାଗଡ଼ର ଜଣେ ଯୁବତୀ ବର୍ଷେ ହେଲା ଭଡ଼ାରେ ରହୁଛନ୍ତି । କୌଣସି କାରଣକୁ ନେଇ ହଠାତ ତାଙ୍କ ଘର ଛାଡ଼ିବାକୁ କହି ଘର ମାଲିକାଣୀ ଗାଳିଗୁଲଜ କରିଥିଲେ । ଏପରିକି ପାଣି ଓ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ । ଯୁବତୀ ଘର ଛାଡ଼ିିବାକୁ ରାଜି ହୋଇଥିଲେ ବି କିଛିଦିନ ସମୟ ମାଗିଥିଲେ ।

ମାତ୍ର ଘର ମାଲିକାଣୀ କିଛି ଶୁଣି ନଥିଲେ । ଏ ନେଇ ଯୁବତୀ ଜଣକ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ପ୍ରିୟଦର୍ଶିନୀ ବେହେରା ପଚରାଉଚରା କରିବା ପାଇଁ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଘରକୁ କ’ଣ ପାଇଁ ଆସିଛ ବୋଲି ମହିଳା ଜଣକ କହିବା ସହ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ମହିଳା ଏସ୍‌ଆଇଙ୍କ ଚୁଟି ଧରି ପିଟିବା ସହ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ । ଏପରିକି ସେଠାରେ ଉପସ୍ଥିତ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଆକ୍ରମଣ କରିଥିଲେ । ଏନେଇ ଆହତ ଏସ୍‌ଆଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking