30.1 C
Bhubaneswar
Thursday, April 25, 2024
Homeଓଡିଶାବିଶ୍ୱାତ୍ମା ବିଦ୍ୟା ମନ୍ଦିର ୨୩ ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା ଉଦ୍‌ଯାପିତ

ବିଶ୍ୱାତ୍ମା ବିଦ୍ୟା ମନ୍ଦିର ୨୩ ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗୀର଼,(ଦେବାଶିଷ ମିଶ୍ର): ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଆନନ୍ଦ ନିକେତନ ଖୁଜେନପାଲି ଠାରେ ତିନି ଦିନ ଧରି ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଯୋଗଦେଇ ଶାରିରୀକ, ଦୈହିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ କ୍ରୀଡା ମହତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱାତ୍ମ ଚେତନତା ପରିଷଦର ସାଧାରଣ ସଂପାଦକ ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ବିଦ୍ୟା ମନ୍ଦିରର ସଭାପତି ଗଜେନ୍ଦ୍ର ତ୍ରିଭୁନଦାଶ ଭ୍ରମର, ସଂପାଦକ ନବୀନ କୁମାର ବେଦବାକ୍‌, ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ସମ୍ବଲପୁର ଶାଖାର କାର୍ଯ୍ୟକାରୀ ସଭାପତି ସ୍ୱାମୀ ସତ୍ୟ ଧର୍ମାନନ୍ଦ ସରସ୍ୱତୀ, ବିଶ୍ୱାତ୍ମ ବିଦ୍ୟା ମନ୍ଦିର ସାହାଜବାହାଲର ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତ, ଠିକାଦାରପଡାର ମୁଖ୍ୟ ଆଚାର୍ଯ୍ୟ କଳାକାହ୍ନୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠି ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ସମ୍ବିତ କୁମାର । ଏହି ଅବସରରେ ବିଦ୍ୟାଳୟ ଓ ଆନ୍ତଃ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ଈଶ୍ୱର ଗହିର ଓ ବାଳିକା ବିଭାଗରେ ଅନୁସ୍କା ରାଉତ, ଗୃପ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ । ବିଦ୍ୟା ମନ୍ଦିରର କ୍ରିଡା ଶିକ୍ଷକ ବିମଲ କୁମାର ସ୍ୱାଇଁ, ବିଶିଷ୍ଠ କ୍ରିଡାବିଦ୍ ରାମ ନାରାୟଣ ଯୋଷୀ, ମନୋରଂଜନ ହୋତା, ବିର କିଶୋର ପଣ୍ଡା, ସଂଗ୍ରାମ ବହିଦାର, ପ୍ରଣିତା ପାଣିଗ୍ରାହୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ଅଭିଭାବିକାବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିର ବିଭିନ୍ନ ଶାଖାମାନଙ୍କରୁ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking