38.1 C
Bhubaneswar
Tuesday, April 23, 2024
Homeଓଡିଶାଡ. ବିଶ୍ୱନାଥ ପ୍ରସାଦ ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ଡ. ବିଶ୍ୱନାଥ ପ୍ରସାଦ ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ସମ୍ବଲପୁର : ସାହିତ୍ୟ ପାଇଁ ଋଷ ଦେଶର ସମ୍ମାନଜନକ ପୁସ୍କିନ ପୁରସ୍କାର ପାଇଥିବା ସାହିତ୍ୟ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ଓ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ତଥା କବି ପ୍ରଫେସର ଡ. ବିଶ୍ୱନାଥ ପ୍ରସାଦ ତିୱାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ-୨୦୧୯ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଭାଷାର ଜଣେ କବିଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି । ଜ୍ୟୋତିବିହାରଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଆଗାମୀ ପ୍ରତିଷ୍ଠା ଦିବସ ସମାରୋହରେ ଡ. ତିୱାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ତାଙ୍କୁ ପ୍ରଶସ୍ତି ପତ୍ର, ଉପଢୌକନ ଓ ନଗଦ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ । ଡ. ତିୱାରୀ ୧୯୪୦ ଜୁନ ମାସ ୨୦ ତାରିଖ ଦିନ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ଅନ୍ତର୍ଗତ ରାୟପୁରର ଭେଁସହି-ଭୋଡ଼ିହାରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଡ.ତିୱାରୀ ୨୦୦୧ ମସିହାରେ ଗୋରଖପୁର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ପଦବୀରେ ଥିବା ବେଳେ ଅବସର ନେଇଥିଲେ ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ରୁ ଭାରତୀୟ ଭାଷାର କବିତା ପାଇଁ ଅଦ୍ୟାବଧି ୨୭ ଜଣ ପ୍ରଖ୍ୟାତ କବି ଏହି ଗଙ୍ଗାଧର ଜାତୀୟ ସମ୍ମାନ-କବିତାପ୍ରାପ୍ତ କରିଛନ୍ତି । ଆଗାମୀ ୨୦୨୦ ଜାନୁଆରୀ ମାସରେ ହେବାକୁ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଡ. ତିୱାରୀଙ୍କୁ ସମ୍ମାନିତ କରାଯିବ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ସତ କୁମାର ସାହୁଙ୍କ ସୁତ୍ରରୁ ପ୍ରକାଶ ପାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରତିଷ୍ଠା ଉତ୍ସବରେ ତାଙ୍କୁ ଗଙ୍ଗାଧର ସମ୍ମାନରେ ଡ. ତିୱାରୀଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଥିବା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking