28.1 C
Bhubaneswar
Wednesday, April 24, 2024
Homeଓଡିଶାପଶୁପକ୍ଷୀଙ୍କ ସାହାରା ପାଲଟିଛନ୍ତି ବିଶ୍ୱଜିତ୍‌

ପଶୁପକ୍ଷୀଙ୍କ ସାହାରା ପାଲଟିଛନ୍ତି ବିଶ୍ୱଜିତ୍‌

ଭୁବନେଶ୍ୱର : ଦୁନିଆରେ ଏମିତି କିଛି ମଣିଷ ଥାଆନ୍ତି, ଯେଉଁମାନେ ନିଜର ସ୍ୱାର୍ଥକୁ ନୁହେଁ ବରଂ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି । ସାମାଜିକତାର ବାର୍ତ୍ତା ବହନ କରି ସମାଜ ମଙ୍ଗଳ ପାଇଁ ଆଗେଇ ଆସନ୍ତି । ଯେଉଁମାନେ ଏଭଳି ମାନସିକତା ରଖି ବସୁଧୈବ କୁଟୁମ୍ବକମ୍‌କୁ ନିଜ ଜୀବନର ନୀତି ଆଦର୍ଶ କରି ଆଗେଇ ଆସନ୍ତି, ସେମାନଙ୍କୁ କିଛି ମିଳୁ କି ନମିଳୁ ନିଜ କାମରେ ହିଁ ଏକାଗ୍ରତା, ଧ୍ୟାନ ରଖି ଆଗେଇ ଯାଇଥାନ୍ତି । ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଲେ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) । ସେ ବୁଝନ୍ତି ସମାଜ କହିଲେ କେବଳ ମଣିଷ ନୁହେଁ, ସାରା ଜୀବଜଗତ ମଧ୍ୟ ଏଥିରେ ବନ୍ଧା । ସେଥିପାଇଁ ସେ କରୋନା ସମୟରେ ପଶୁପକ୍ଷୀଙ୍କୁ ଖାଦ୍ୟ ପାଣି ଯୋଗାଇବାରେ ଲାଗିପଡ଼ିଛନ୍ତି । ସେ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିଲେ ସୁଦ୍ଧା, ନିର୍ଦ୍ଦିଷ୍ଟ ସୀମା ସରହଦକୁ ଛାଡ଼ି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ପଶୁମାନଙ୍କୁ ଖାଦ୍ୟ ଯୋଗାଇବା କାମରେ ଲାଗିପଡ଼ିଛନ୍ତି । ଲକ୍‌ଡାଉନ୍ କାରଣରୁ ପଶୁପକ୍ଷୀ ଯେଉଁ ଖାଦ୍ୟ ସମସ୍ୟାରେ ପଡ଼ିଛନ୍ତି, ବିଶ୍ୱଜିତ ଦେବଦୂତ ଭଳି ସେମାନଙ୍କୁ ନିୟମିତ ଓ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଏହି ବନ୍ଦୋବସ୍ତ କରିଥାନ୍ତି ।

ସେ ପହଞ୍ଚିଲା ମାତ୍ରେ ବୁଲା ଗାଈଗୋରୁ, କୁକୁର ତାଙ୍କ ଚାରିପାଖେ ଘେରି ଯାଆନ୍ତି, ଯେମିତି ଭୋକିଲା ରହିଥିବା ଏହି ଜନ୍ତୁମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । କେବଳ ଏତିକି ନୁହେଁ, ଯିଏ ଯେତେବେଳେ ଯେଉଁ ସାହାଯ୍ୟ ପାଇଁ ହାତ ବଢ଼ାଇଥାନ୍ତି, ସେ ନିଜେ କିମ୍ବା କାହାର ସହଯୋଗରେ ବିପଦ ସମୟରେ ଛିଡ଼ା ହେବାଟା ଥୟ । ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସା ପାଇଁ ହେଉ ଅବା ମେଡିକାଲ ବେଡ୍‌ରେ ପଡ଼ି ରକ୍ତର ଆବଶ୍ୟକତା ପାଇଁ ହେଉ, ସେ ଉତ୍ସର୍ଗୀକୃତ ମନୋଭାବ ନେଇ ସର୍ବଦା ପାଖରେ ଛିଡ଼ା ହୋଇଥାନ୍ତି । ଲୋକଙ୍କୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନ କରି ଆସୁଛନ୍ତି । ଅନେକଦିନ ଧରି ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ପରିଷଦ ମାଧ୍ୟମରେ ସାମାଜିକ ନାଟକ ପରିବେଷଣ କରାଇ ସମାଜର ସୁଧାର ଆଣିବା ନିମନ୍ତେ ପ୍ରୟାସ ଜାରି କରୁଛନ୍ତି । ସମସ୍ତେ ଯଦି ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବେ, ତାହେଲେ ପରିବେଶ ସନ୍ତୁଳନ ହୋଇପାରିବ ବୋଲି କୁହନ୍ତି ବିଶ୍ୱଜିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking