34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକେମ୍ପସଡ଼ା ଯୁବକ ସଙ୍ଘର ନିଆରା ପ୍ରୟାସ, ନିଜ ଖର୍ଚ୍ଚରେ ବିଶୋଧନ ରଥ

କେମ୍ପସଡ଼ା ଯୁବକ ସଙ୍ଘର ନିଆରା ପ୍ରୟାସ, ନିଜ ଖର୍ଚ୍ଚରେ ବିଶୋଧନ ରଥ

କେନ୍ଦୁଝର:  ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀ ରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରୟାସ ଆରମ୍ଭ କରାଯାଇଛି । ଯେଉଁ ସ୍ଥାନ କିମ୍ବା ଘରଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ପ୍ରଶାସନ ପକ୍ଷରୁ ସାନିଟାଇଜ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଧୀରେ ଧୀରେ ଏହି ମହାମାରୀ ଗାଁ ଗୁଡିକରେ ବ୍ୟାପିବାକୁ ଆରମ୍ଭ କଲାଣି । ଏହି ବ୍ୟାପକତା ଦେଖି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେମ୍ପସଡ଼ା ଗ୍ରାମର ବାପୁଜୀ ଯୁବକ ସଙ୍ଘ ନିଆରା ପ୍ରୟାସ ଆରମ୍ଭ କରିଛି । ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯୁବକ ସଙ୍ଘ ପକ୍ଷରୁ ଏକ ବିଶୋଧନ ରଥର ଶୁଭାରମ୍ଭ କରାଯାଇଛି । ଏହି ବିଶୋଧନ ରଥ ସଦର ବ୍ଲକ ଅନ୍ତର୍ଗତ ସମସ୍ତ ପଚିଶଟି ପଞ୍ଚାୟତକୁ ବୁଲିବୁଲି ବିଶୋଧନ କରିବ । ସମସ୍ତ ଖର୍ଚ୍ଚ ବାପୁଜୀ ଯୁବକ ସଂଘ ପକ୍ଷରୁ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । ଯୁବକ ସଙ୍ଘ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରୟାସକୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking