28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧା ସୁମନ

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧା ସୁମନ

ନୂଆଦିଲ୍ଲୀ : ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । କୃତଜ୍ଞ ରାଷ୍ଟ୍ର ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଶ କରୁଛି ବୋଲି ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ କହିଛନ୍ତି । ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ପ୍ରେମ ସମାଜରେ ସୌହାର୍ଦ୍ଦ୍ୟ ସଞ୍ଚାର କରୁଛି । ଗାନ୍ଧିଜୀଙ୍କ ନୀତି ଆଦର୍ଶ ବିଶ୍ୱ କଲ୍ୟାଣର ମାର୍ଗକୁ ପ୍ରସ୍ତୁତ କରୁଛି ବୋଲି ରାଷ୍ଟ୍ରପତି ମହୋଦୟ କହିଛନ୍ତି । ଗାନ୍ଧିଜୀଙ୍କୁ ମାନବତାର ପ୍ରେରଣାର ଉତ୍ସ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗାନ୍ଧିଜୀଙ୍କ ଅମର କୃତିତ୍ୱକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧିଜୀଙ୍କ ଜୀବନୀ ଓ ମହାନ ଚିନ୍ତାଧାରାରୁ ଆମକୁ ଅନେକ ଶିକ୍ଷା ମିଳିଥାଏ । ଗାନ୍ଧିଜୀଙ୍କ ଆଦର୍ଶରେ ଆମ ଭାରତ ପ୍ରଗତିପଥେ ଆଗଉଛି ବୋଲି ଶ୍ରୀ ମୋଦି କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଜୟନ୍ତୀରେ ଶାସ୍ତ୍ରୀଜୀଙ୍କୁ ମନେ ପକାଇଛନ୍ତି । ଶାସ୍ତ୍ରୀଜୀଙ୍କ ସାଧୁତା ଓ ସହୃଦୟତା ସର୍ବଦା ଅନୁକରଣୀୟ ଅଟେ । ସାଧାରଣ ଜୀବନଯାପନା କରି ଅହରହ ଦେଶ ସେବାର ବ୍ରତୀ ଥିଲେ ଶାସ୍ତ୍ରୀଜୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking