ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳନ

ଜୟପୁର : ଜୟପୁରରେ ଭାରତୀୟ ଜନତା ପାର୍ଟି ତରଫରୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ମହାନ ରାଷ୍ଟ୍ରବାଦୀ ବିଚାରକ ପ୍ରଖର ବିଦ୍ୱାନ ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟରେ ମଣ୍ଡଳର ବହୁ କର୍ଯ୍ୟକର୍ତା ବୁଥ ସଭାପତି ମଣ୍ଡଳ ସଭାପତି ରାଜ୍ୟ ସ୍ଥାୟୀ ସଦସ୍ୟଙ୍କ ଉପସ୍ଥିତିରେ ପାଳନ କରାଗଲା।ଏଥିରେ ମଣ୍ଡଳ ସଭାପତି ସଭାପତି ସାଧୁ ଚରଣ ଦାଶ ଚୌଧୁରୀ ବନ୍ଦେ ମାତରମ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଜୀବନୀ ଵିଷୟରେ କିଛି ଆଲୋକପାତ କରିବା ପରେ ବରିଷ୍ଠ କାର୍ଯ୍ୟକର୍ତା ବୈଦ୍ୟନାଥ ମିଶ୍ର ପଣ୍ଡିତଜୀଙ୍କ ଜୀବନୀ ଵିଷୟରେ ବର୍ଣ୍ଣନା କରିଥିଲେ।

ପରେ ରାଜ୍ୟ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ ପଣ୍ଡିତ ଦିନଦାୟଲଙ୍କ ବିଚାରଧାରା ଯାହାକି କୋଟି କୋଟି କର୍ଯ୍ୟକର୍ତାଙ୍କୁ ମହାନ ରାଷ୍ଟ୍ରର ସେବା କରିବାକୁ ପ୍ରେରିତ କରି ଆସୁଛି, ଅଖଣ୍ଡ ଭାରତ ର ସଂକଳ୍ପ ସମସ୍ତ କର୍ଯ୍ୟକର୍ତାଙ୍କ ମନରେ ଯେପରି ଉଦୟମାନ ହୋଇ ସମସ୍ତଙ୍କୁ ରାଷ୍ଟ୍ରଚିନ୍ତନ ତଥା ସମାଜର ଶେଷ ଧାଡ଼ିର ଲୋକ କିପରି ଅଗ୍ରସର ହୋଇ ଗୋଟେ ସୁସ୍ଥ ଜୀବନ ବଞ୍ଚିବେ ଓ ଅନ୍ତ୍ୟଦ୍ୱୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅଵସରରେ ମିଷ୍ଠାନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here