-ନିଆରା ଢଙ୍ଗରେ ଜନ୍ମଦିନ ଓ ସାବିତ୍ରୀ ବ୍ରତ ପାଳି ଉଦାହରଣ ପାଲଟିଲେ ଯାଜପୁର ଜିଲ୍ଲା ର ଦମ୍ପତି

ଯାଜପୁର -ସାରା ଭାରତ ବର୍ଷରେ ହିନ୍ଦୁଧର୍ମର ରୀତିନୀତିରେ ନିଜନିଜ ଜନ୍ମଦିନକୁ ଲୋକେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି ! କିଏ ମନ୍ଦିରରେ ପୂଜାର୍ଚନା କରିଥାନ୍ତି ତ କିଏ କ୍ୟାଣ୍ଡେଲ କେକ କଟି ଥାନ୍ତି ଓ କିଏ ହୋଟେଲରେ ପାର୍ଟୀ କରିଥାନ୍ତି ଏମିତି ଭିନ୍ନ ଭିନ୍ନ ଢଙ୍ଗରେ ଜନ୍ମଦିନକୁ ଲୋକେ ପାଳନ କରିଥିବାବେଳେ ଆଜି ଏହିପରି ଏକ ଭିନ୍ନ ଓ ନିଆରା ଢଙ୍ଗରେ ଜନ୍ମଦିନକୁ ପାଳନ କରି ସାରା ଯାଜପୁର ଜିଲ୍ଲାରେ ଉଦାହରଣ ପାଲଟିଛନ୍ତି ଏହି ଦମ୍ପତି ! ସାରା ଭାରତ ବର୍ଷରେ ଗାଈକୁ ଗୋମାତା ଭାବେ ପୂଜାର୍ଚନା କରି ଆସୁଥିବାବେଳେ ଏହି ଗୋମାତାଙ୍କ ସହ ନିଜର ଜନ୍ମଦିନକୁ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ଫ୍ରିଡମ ଫିଡେଲିଟିର ଅଧ୍ୟକ୍ଷ ଶାସ୍ତ୍ରୀ ବାହାଦୂର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପଲତା ପ୍ରଧାନ ! ଏମିତି ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଧିନସ୍ଥ ଗୋଶାଳାରେ ! ଏହି ଦମ୍ପତି ଗୋଶାଳାକୁ ଏଗାର ହଜାର ଏକ ଟଙ୍କା ସ୍ଵହ-ସ୍ତରେ ଦାନ କରିଥିବାବେଳେ ପ୍ରାୟ ଦୁଇ ଶହରୁ ତିନିଶହ ଗୋରୁ ଗାଈଙ୍କୁ ପୂଜାର୍ଚନା, ବନ୍ଦାପଣ କରି ତାଙ୍କ ଖାଦ୍ୟନିମନ୍ତେ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ପରସା ଯାଇଥିଲା ଏବଂ ଗୋଶାଳାର ଉଦ୍ୟୋକ୍ତା ଓ ଗୋଶାଳାର ରକ୍ଷଣାବେକ୍ଷଣ କରି ଆସୁଥିବା ମହାନ ବ୍ୟକ୍ତି ମାନଙ୍କୁ ଫୁଲତୋଡ଼ା,ଗାମୁଛା ଓ ବନ୍ଦାପଣ କରି ସମ୍ମାନିତ କରିଥିଲେ !

ଏନେଇ ସାରା ବ୍ୟାସନଗର ସହରରେ ଏଭଳି ଏକ ନିଆରା ପୁଣ୍ୟକାମ ନିମନ୍ତେ ଭୁଇୟସୀ ପ୍ରଶଂସା କରାଯାଇଛି !

 

LEAVE A REPLY

Please enter your comment!
Please enter your name here