32.1 C
Bhubaneswar
Tuesday, April 23, 2024
Homeଓଡିଶାଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ କଲେ ରାଜ୍ୟ ସରକାର

ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଅଭିଜ୍ଞ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ।ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାମକୁ ସୁପାରିଶ କରାଯାଇଥିବା ବେଳେ ଗତକାଲି ହକି ତାରକା ବୀରେନ୍ଦ୍ରଙ୍କ ନାମ ସିଧାସଳଖ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି ।ବର୍ତ୍ତମାନ ରାଜ୍ୟରୁ ଦ୍ୱତୀୟ ଖେଳାଳୀ ଭାବେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ କରାଯାଇଛି ।ଓଡ଼ିଶା, ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ଥିଲା ବେଳେ ୨୦୦ରୁ ଅଧିକ ଅନ୍ତର୍ଜାତୟ ମ୍ୟାଚ୍ ଖେଳିଥିବା ଦୀପଗ୍ରେସ୍ ଏକ୍କା କିମ୍ବା ଭାରତର ଏକାଧିକ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ବୀରେନ୍ଦ୍ରଙ୍କ ନାଁ ହକି ଇଣ୍ଡିଆ କାହିଁକି ସୁପାରିସ କଲାନି ବୋଲି ଓଡ଼ିଶା ହକି ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ତେବେ ତାଙ୍କ ନାମକୁ ସୁପାରିସ କରିଥିବାରୁ ବୀରେନ୍ଦ୍ର ଗୁରୁବାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର କେବଳ ଦୂତିଙ୍କ ନାଁ ସୁପାରିସ କରିଥିବା ଖବର କେତେକ ଗଣମାଧ୍ୟମ ପ୍ରକାଶ କରିବା ପରେ ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଏବେ କିନ୍ତୁ ସଂଶୟ ଦୂର ହୋଇଛି। ସେପଟେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖକୁ ବଢ଼ାଇ ଦେଇଛି। ସେହିଭଳି ନିଜ ଆବଦେନ ନିଜେ ପଠାଇବା ଲାଗି ମଧ୍ୟ କ୍ରୀଡ଼ାବିତଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଏବର୍ଷ କ୍ରୀଡ଼ାବିତ୍ ମାନେ ନିଜର ସଫଳତା ଓ ପ୍ରଦର୍ଶନର ପ୍ରମାଣ ପତ୍ର ଦେଖାଇ ନିଜେ ହିଁ ଆବେଦନ ପତ୍ର ପଠାଇ ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking