37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବ୍ୟାପିଲାଣି ବାର୍ଡ ଫ୍ଲୁ , ଏହି ସମୟରେ ମାଂସ କିମ୍ବା ଅଣ୍ଡା ଖାଇବା ନିରାପଦ କି

ବ୍ୟାପିଲାଣି ବାର୍ଡ ଫ୍ଲୁ , ଏହି ସମୟରେ ମାଂସ କିମ୍ବା ଅଣ୍ଡା ଖାଇବା ନିରାପଦ କି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଜାରି ରହିଛି । ମାତ୍ର କରୋନା ପାଇଁ ଭ୍ୟାକସିନ୍ ଆସିଥିବାରୁ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି । ହେଲେ ଏହା ଭିତରେ ପୁଣି ଏକ ଚିନ୍ତାଜନକ ଖବର ଆସିଚି । ତାହା ହେଲା ଏବେ ଭାରତର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ମଧ୍ୟପ୍ରଦେଶ, କେରଳ, ହରିଆଣା, ଓ ହିମାଚଳ ପ୍ରଦେଶ ରେ ବାର୍ଡ ଫ୍ଲୁ ଦେଖା ଦେଇଛି । ନିକଟରେ ଗୁଜୁରାଟ ର ଜୁନାଗଡ଼ ରେ ୫୩ ଟି ପକ୍ଷୀ ମରି ପଡ଼ିଥିବା ସ୍ପଷ୍ଟ ହୋଇଛି । ସେହିଭଳି ରାଜସ୍ଥାନ ରେ ୧୭୦ ପକ୍ଷୀଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ହିମାଚଳ ପ୍ରଦେଶ ରେ ୧୮୯୯ ପକ୍ଷୀ ଙ୍କ ମୃତ୍ୟୁ ହୋଇଛି । ତେବେ ଯଦି କେହି ଜାଣି ନାହାଁନ୍ତି ବାର୍ଡ ଫ୍ଲୁ କଣ, ଏଠାରେ କହି ରଖୁଛୁ, ଏହା ହେଉଛି ଏକ ସଂକ୍ରାମକ ରୋଗ, ଯାହାର କାରକ ହୋଇଥାଏ ଏଚ ୫ଏନ୍୧ । ମଣିଷ ମାଂସ ଓ ଅଣ୍ଡା ଖାଇବା ଦ୍ଵାରା ସହଜରେ ଏହା ଦ୍ବାରା ଆକ୍ରାନ୍ତ ହୋଇଥାଏ । ସେଥିପାଇଁ ଏହି ଖବର ଆସିବ ପରେ ଏବେ ଭାରତ ର ଅନେକ ରାଜ୍ୟରେ କୁକୁଡ଼ା ବିକ୍ରି ଓ ଅଣ୍ଡା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟ ରେ ମାଂସ ଓ ଅଣ୍ଡା ଖାଇବା ଉଚିତ୍ କି ନାହିଁ ଆସନ୍ତୁ ଜାଣିବା । ୨୦୦୫ରେ ପ୍ରକାଶିତ WHO ରିପୋର୍ଟ ଅନୁଯାୟୀ, ଚିକେନ୍ କୁ  ଯଦି ସଠିକ୍ ଭାବରେ ରାନ୍ଧନ୍ତି ତେବେ ଖାଇବା ନିରାପଦ ଅଟେ। କିନ୍ତୁ, ଯଦି ଜୀବାଣୁଙ୍କ ପଲରୁ ପକ୍ଷୀମାନେ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରନ୍ତି, ତେବେ 165 F (74 C) ର ଆଭ୍ୟନ୍ତରୀଣ ତାପମାତ୍ରାରେ ସଠିକ୍ ଭାବରେ ରନ୍ଧା ନ ଗଲେ ଚିକେନ୍ ଏବଂ ଅଣ୍ଡା ଖାଇବା ପରେ ଲୋକମାନେ ମାରାତ୍ମକ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ । ସେଥିପାଇଁ ମାଂସ ରାନ୍ଧିବା ସମୟରେ ଭଲ ସେ ସିଝାନ୍ତୁୁ । ଆହୁରି ମଧ୍ୟ, ହତ୍ୟା ପ୍ରକ୍ରିୟା ସମୟରେ H5N1 ଭୁତାଣୁ ବିସ୍ତାର ହୋଇପାରେ । ତେଣୁ, ଏହି ପ୍ରକ୍ରିୟାରେ ଜଡିତ ବ୍ୟକ୍ତି ଅତିରିକ୍ତ ସତର୍କ ହେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking