28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏହି ୭ ରାଜ୍ୟରେ ମାଡି ଚାଲିଛି ବାର୍ଡ ଫ୍ଲୁ

ଏହି ୭ ରାଜ୍ୟରେ ମାଡି ଚାଲିଛି ବାର୍ଡ ଫ୍ଲୁ

ନୂଆଦିଲ୍ଲୀ: କରୋନା ଯାଇନି , ଏବେ ବାର୍ଡ ଫ୍ଲୁ ସଂକଟ ବଢି ବଢି ଚାଲିଛି । ଦେଶରେ ଏ ପର୍ଯ୍ୟନ୍ତ ୭ ରାଜ୍ୟରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି । ନୂଆ ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଯେଉଁଠି କାନପୁର ଚିଡିଆଖାନାରେ ମରି ପଡିଥିବା ପକ୍ଷୀଙ୍କ ସାମ୍ପଲ ପଜିଟିଭ ଆସିିଛି । ଏହା ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାଣା ଓ କେରଳରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି ।
ୟପିରେ ବାର୍ଡ ଫ୍ଲୁ ପ୍ରବେଶ କାନପୁରରୁ ହୋଇଛି । ଚିଡିଆଖାନାରେ ମରି ପଡିଥିବା ୪ ପକ୍ଷୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଚିଡିଆଖାନକୁ ସିଲ କରାଯାଇଛି । କାନପୁର ଚିଡିଆଖାନାରେ ଦୁଇ ଦିନରେ ୧୦ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ଏବେ ବାକି ପକ୍ଷୀ ମଡକ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାନପୁର ପ୍ରଶାସନ ସଂପୂର୍ଣ୍ଣ ଅଂଚଳକୁ ରେଡ ଜୋନ ଘୋଷିତ କରିଛନ୍ତି ।

ରାଜଧାନୀ ଲକ୍ଷ୍ନୌ ରେ କାନପୁରର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି, ଲକ୍ଷ୍ନୌ ପ୍ରାଣୀ ଉଦ୍ୟାନ ବିଷୟ କୁ ନେଇ ଏଠାରେ ସବୁଠାରୁ ବଡ ଚିନ୍ତା । ବାର୍ଡ ଫ୍ଲୁ ବୃଦ୍ଧି ପାଇବା ପରେ ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନ ସତର୍କ ରହିଛି । ପ୍ରାଣୀ ଉଦ୍ୟାନରେ ଥିବା ସମସ୍ତ ପକ୍ଷୀମାନଙ୍କର ଆବଦ୍ଧତାକୁ ସାନିଟାଇଜ଼ କରାଯାଉଛି । ବାହାରେ  ଭିତରେ ଚୂନ ଛିଞ୍ଚା ଯାଉଛି । କେବଳ ଏତିକି ନୁହେଁ ପକ୍ଷୀ ଖାଇବାରେ ବିଶେଷ ଯତ୍ନ ନିଆଯାଉଛି । ସତର୍କତାମୂଳକ ପଦକ୍ଷେପ ଭାବରେ ଭିଟାମିନ୍ ଏବଂ ମିନେରାଲ୍ ଗ୍ରହଣକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking