ଭୁବନେଶ୍ୱର : ଏଣିକି ରାଜଧାନୀରେ ବାର୍ଡ ଫ୍ଲୁ ଭୟ ନାହିଁ। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜଧାନୀରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଓୟୁଏଟି ଚିକେନ୍ ଫ୍ରେସ୍ରୁ ହିଁ ସର୍ବାଧିକ ଚିକେନ୍ ବିଭିନ୍ନ ବୁଥକୁ ଯୋଗାଣ କରାଯାଇଥାଏ। ଗତ ମାସ ୨୭ ତାରିଖରେ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଦେଖା ଦେଇଥିଲା। ଏଥିପାଇଁ ଫାର୍ମର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଏବେ ରାଜଧାନୀରେ ବାର୍ଡ-ଫ୍ଲୁର କୌଣସି ଭୟ ନ ଥିବା ବେଳେ ଏହାକୁ କାହିଁକି ବନ୍ଦ ରଖାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖୋଲିବା ପାଇଁ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାକୁ ଖୋଲାଯିବ ନାହିଁ ବୋଲି ଓପୋଲଫେଡ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଲୋକମାନେ କୁକୁଡ଼ା ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ। ତେବେ ଠିକ୍ ଭାବେ ସିଝେଇ ଖାଇବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
https://onakhabar.com/2020/02/14/coronavairus-14/