27.1 C
Bhubaneswar
Thursday, April 25, 2024
Homeକରୋନାବାୟୋଲୋଜିକାଲ-ଇ ଦେବ ୩୦ କୋଟି ଟିକା

ବାୟୋଲୋଜିକାଲ-ଇ ଦେବ ୩୦ କୋଟି ଟିକା

ନୂଆଦିଲ୍ଲୀ : ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୩୦ କୋଟି ଟିକା ଦେବ ବାୟୋଲୋଜିକାଲ-ଇ । ଟିକା ପାଇବା ନେଇ କେନ୍ଦ୍ର ସରକାର ଓ ବାୟୋଲୋଜିକାଲ-ଇ ମଧ୍ୟରେ ଚୁକ୍ତି । ବାୟୋଲୋଜିକାଲ-ଇ ଟିକା ପାଇଁ ଅଗ୍ରୀମ ୧୫୦୦କୋଟି ଦେବେ କେନ୍ଦ୍ର ସରକାର । ବାୟୋଲୋଜିକାଲ-ଇ ଭ୍ୟାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟରେ ପରୀକ୍ଷଣ ଚାଲିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷଣରେ ସଫଳତା ମିଳିସାରିଛି । ବାୟୋଲୋଜିକାଲ-ଇ ଭ୍ୟାକ୍‌ସିନ୍‌କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଶାବାଦୀ ଅଛି । ଘରୋଇ ଭାକ୍‌ସିନ୍ କମ୍ଫାନୀ ବାୟୋଲୋଜିକାଲ-ଇ ଦେବ ୩୦ କୋଟି ଟିକା ।

ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆର୍ଥିକ ସହାୟତା ଦେବା ସହ ଫରିଦାବାଦସ୍ଥିତ ‘ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ଟ୍ରାନ୍‌ସ୍‌ଲେସ୍‌ନାଲ୍ ହେଲ୍‌ଥ୍ ସାଇନ୍‌ସ୍ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’ ଜରିଆରେ ଜୀବଜନ୍ତୁଙ୍କ ଉପରେ ଟିକାର ପରୀକ୍ଷାମୂଳକ ପ୍ରୟୋଗ ଏବଂ ଅନ୍ୟାନ୍ୟ ଅଧ୍ୟୟନ ନିମନ୍ତେ ଅନୁମତି ପ୍ରଦାନ କରିଥିଲା। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଉପରୋକ୍ତ ସହାୟତା ହେଉଛି, ଭାରତ ସରକାରଙ୍କ ‘ମିସନ୍ କୋଭିଡ୍ ସୁରକ୍ଷା- ଦି ଇଣ୍ଡିଆନ୍ କୋଭିଡ୍‌-୧୯ ଭ୍ୟାକ୍ସିନ୍ ଡେଭ୍‌ଲପ୍‌ମେଣ୍ଟ୍ ମିସନ୍’ର ଅଂଶବିଶେଷ। ସଂପ୍ରତି ଏହି ମିସନ୍ ୫/୬ଟି ଭାରତୀୟ କୋଭିଡ୍‌-୧୯ ଟିକା ବିକାଶରେ ସହଯୋଗ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking