34.1 C
Bhubaneswar
Thursday, April 25, 2024
Homeଅପରାଧବିଶ୍ୱାସରେ ବିଷ : ନିଜ ସଂସ୍ଥାରୁ କୋଟିକୋଟି ଠକି ୪ଗିରଫ

ବିଶ୍ୱାସରେ ବିଷ : ନିଜ ସଂସ୍ଥାରୁ କୋଟିକୋଟି ଠକି ୪ଗିରଫ

ଭୁବନେଶ୍ୱର : ଯେଉଁଠି କାମ କରୁଥିଲେ । ସେହି ସଂସ୍ଥାକୁ ଚୂନ ଲଗାଉଥିଲେ । ଶହେ କି ହଜାରେ ନୁହେଁ । ପୁରା ୪ରୁ ୫କୋଟି ଟଙ୍କା ଆତ୍ମସାତ କରିଦେଇଛନ୍ତି । ଏଭଳି ୪ଜଣ ଠକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ଲେନ-୧ରେ ରହୁଥିବା ଦୀପକ ରଞ୍ଜନ ରାଉତ(୨୮), ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ୱରର ଗଣେଶ୍ୱର ପ୍ରଧାନ(୪୬), ପୁରୁଣା ଭୁବନେଶ୍ୱର ଶ୍ରୀରାମନଗରର ଏ. ଜଗଦୀଶ ଆଚାର୍ଯ୍ୟ(୪୬) ଓ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ସାହିର ସନ୍ତୋଷ କୁମାର ବେହେରା(୩୫) । ଏମାନେ ସବୁ ଝାରପଡ଼ାରେ ଥିବା ତାରିଣୀମୋଟର୍ସରେ କ୍ୟାସିଅର ଓ ଆକାଉନ୍ଟାନ୍ଟ ଭାବେ କାର୍ଯ୍ୟ କରିଆସୁଥିଲେ । ଏନେଇ ପୁଲିସ କେସ୍ ନଂ ୧୧/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅନ୍‌ଚଳରେ ତାରିଣୀ ମୋର୍ଟର୍ସ ପ୍ରାଇଭେଟ ଲିିମିଟେଡ୍ ନାମକ ଏକ ସଂସ୍ଥା ରହିଛି । ଏଠାରେ ଅଭିଯୁକ୍ତମାନେ କାମ କରିଆସୁଥିଲେ । ୩ବର୍ଷ ଧରି କାର୍ଯ୍ୟ କରିବା ସମୟରେ କିଛି ଟଙ୍କାକୁ ମିଳିମିଶି ହେରଫେର କରିଥିଲେ । ଅଭିଯୁକ୍ତମାନେ ଏକ ଗ୍ରୁପ କରି ଟଙ୍କାକୁ ହେରଫେର କରିବା ପରେ ନିଜ ନିଜ ଆକାଉନ୍ଟରେ ଡିପୋଜିଟ କରୁଥିଲେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରାୟ ୩କୋଟି ଟଙ୍କା ହେରଫେର ହେବା ପରେ ମାଲିକଙ୍କ ସନ୍ଦେହ ହୋଇଥିଲା । ଏନେଇ ସେ କ୍ୟାସିୟର ଓ ଆକାଉନ୍ଟାଟଙ୍କ ଉପରେ ସନ୍ଦେହ କରିଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା ।

୨୦୨୦ -୨୦୨୧ ର ଅଡିଟ୍ ସମୟରେ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଥିଲା ଯେଉଥିରେ କି ୩କୋଟି୧ଲକ୍ଷ ୬୮ହଜାର ୧୦୪ ଟଙ୍କାର ହେରଫେର ହେବାର ଦେଖାଯାଇଥିଲା । ଗତ ୧୦ତାରିଖରେ ଟଙ୍କା ଓ କାଗଜପତ୍ର ଯାଞ୍ଚ ସମୟରେ ତାରିଣୀ ମୋଟର୍ସର ଆୟ ସମୁଦାୟ ୬ଲକ୍ଷ ୮୧ହଜାପ ୮୮୧ ଟଙ୍କା ଥିବାବେଳେ, ନଗଦ ଯାନ୍‌ଚ ସମୟରେ ଟଙ୍କାର ପରିମାଣ ୨ଲକ୍ଷ ୩୩ହଜାର ୩୭୦ ଟଙ୍କା ଥିଲା । ଯାହାଫଳରେ ୪ଲକ୍ଷ ୪୮ହଜାର ୫୧୧ ଟଙ୍କା ହେରଫେର ହୋଇଥିବାର ଜଣାପଡ଼ିଥିଲା । ଏନେଇ ତାରିଣୀ ମୋର୍ଟର୍ସ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜର ମହମ୍ମଦ ସାଦିକ ଅଖତର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଜଣାପଡିଥିଲା ଯେ, କ୍ୟାସିୟର ଓ ଆକାଉନ୍ଟାନ୍ଟଙ୍କ ସମେତ ୪ଜଣ ଏହିସବୁ ଟଙ୍କା ହେରଫେର କରିଛନ୍ତି । ପରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking