38.1 C
Bhubaneswar
Saturday, April 20, 2024
Homeଓଡିଶାବାଇକ୍-ବୋଲେରୋ ଧକ୍କା : ସ୍ଵାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

ବାଇକ୍-ବୋଲେରୋ ଧକ୍କା : ସ୍ଵାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

ରାୟଗଡ଼ା : ଘାଟୀ ରାସ୍ତାରେ ବାଇକ୍ ଓ ବୋଲେରୋ ପରସ୍ପର ସହ ଧକ୍କା। ସ୍ଵାମୀ ମୃତ ସ୍ତ୍ରୀ ଓ ପୁଅ ଗୁରୁତର। ରାୟଗଡ଼ା ଗୁମ୍ମା ଘାଟୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ରାୟଗଡ଼ାରୁ କୋରାପୁଟ ଯିବା ସମୟରେ ଅଧାରାସ୍ତାରେ ଏକ ବାଇକ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସ୍ୱାମୀ ହୋଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଯାଏଁ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking