37.1 C
Bhubaneswar
Thursday, March 28, 2024
Homeଓଡିଶାବାଇକକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ବାଇକକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଝାରସଗୁଡା : ଝାରସଗୁଡ଼ା ଜିଲ୍ଲା ବନ୍ଧବାହାଲ ବେଲପାହାଡ଼ ରାସ୍ତା ସୁକ ପଟ୍ଟନାୟକ ଛକ ନିକଟରେ ଥିବା ଲେବଲ କ୍ରସିଂ ନିକଟରେ ଏକ ଟ୍ରକ୍ ବାଇକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକ ଚାଳକ ଗୁରୁତର ହୋଇଛନ୍ତି । ବୁଧବାର ଅପରାହ୍ଣ ୪ଟା ବେଳେ ରାମପୁର ପତ୍ରାପାଲିରୁ ଶ୍ରୀକାନ୍ତ ଲୁହାର (୪୫) ତାଙ୍କ ଝିଆରୀ ପଦ୍ମତୋଳା ନାଗ(୨୪)ଙ୍କୁ ନେଇ ଟିଆରଏଲ୍ ଡାକ୍ତରଖାନା ଯାଉଥିଲେ । ଝିଆରୀ ବଞ୍ଜାରୀ ପଞ୍ଚାୟତ ଜୟବୁଡିଆ ଗ୍ରାମରେ ବିବାହ କରିଛନ୍ତି ।

ସେ ତାଙ୍କ ମଉସା ଶ୍ରୀକାନ୍ତଙ୍କ ଘରକୁ ଆସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଜଣେ ବାଇକ ଚାଳକ ପ୍ରେମସାଗର ସାଙ୍କ ବାଇକ୍ ରେ ଡାକ୍ତରଖାନା ଯାଉଥିଲେ । ଏହି ସମୟରେ ହେଲପର ନଥିବା ଏକ ଟ୍ରକ୍ ପାର୍କିଂ ପଟେ ଦ୍ରୁତବେଗରେ ଯାଉଥିବା ଅବସ୍ଥାରେ ବାଇକୁ ଧକ୍କା ଦେଇଥିଲା । ପଦ୍ମ ତୋଲା ଓ ଶ୍ରୀକାନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପ୍ରେମସାଗରଙ୍କୁ ଗୁରୁତର ଅବସ୍ଥାରେ ଟିଆରଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବେଲପାହାଡ ଓ ବନ୍ଧବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଟ୍ରକ ଡ୍ରାଇଭର ଫେରାର୍ ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking