39.1 C
Bhubaneswar
Tuesday, April 23, 2024
Homeଓଡିଶାଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଳକ ମୃତ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଳକ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କନ୍ଦରପୁର-ମାଛଗାଁ ୫୫ନମ୍ବର ଜାତୀୟ ରାଜପଥ ଦଳେଇଘାଇ ନିକଟରେ ଏକ ଗଛରେ ପିଟିହୋଇ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦଖାଁପାଟଣା ଗ୍ରାମର ସୌଭାଗ୍ୟରଞ୍ଜନ ପାଢ଼ୀ ବୟସ ୨୩ ବର୍ଷ। ପ୍ରତ୍ୟକ୍ଷ ଦର୍ଶୀଙ୍କ କରିବା ଅନୁଯାୟୀ ମୃତ ଯୁବକ ଜଣକ ଏକ ବାଇକ୍ ନମ୍ବର ଓଡି-୨୧-ଏଚ୍‌-୦୫୩୩ ରେ ଜଗତସିଂହପୁରରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ବିରିଡି ଥାନା ପୋଲିସ ଦୁଘଟଣାଗ୍ରସ୍ତ ବାଇକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking