27.1 C
Bhubaneswar
Friday, March 29, 2024
HomeUncategorizedକିପରି ଥିଲା ବିଜୁଙ୍କ ଜେଲ୍ ଜୀବନର ସଂଘର୍ଷ

କିପରି ଥିଲା ବିଜୁଙ୍କ ଜେଲ୍ ଜୀବନର ସଂଘର୍ଷ

ଭୁବନେଶ୍ୱର: ୧୯୧୬ ମସିହା ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ବିଜୁ ବାବୁଙ୍କ ଜୀବନ ସଂଘର୍ଷର କାହାଣୀ ନଥିଲା ଏତେ ସହଜ । ସେ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯେ, ଆଜି ବି ସମଗ୍ର ବିଶ୍ୱରେ ତାଙ୍କର ପରିଚୟ ରହିଛି ଏବଂ ସବୁ ଓଡିଆଙ୍କ ହୃଦୟରେ ସେ ଘର କରି ରହିଛନ୍ତି । ସେ ଥିଲେ ଆସାଧାରଣ ପ୍ରତିଭା । ବିଜୁ ବାବୁଙ୍କ ଦେହାନ୍ତ ପରେ ଏକ ଇଂରାଜୀ ପତ୍ରିକାରେ ବିଜୁ ବାବୁଙ୍କ ଜେଲ୍ ଜୀବନର କାହଣୀ ଲେଖିଥିଲେ ଝିଅ ଗୀତା ମେହେଟ୍ଟା । କିପରି ସେହି ସମୟରେ ତାଙ୍କ ପରିବାର ସଂଘଷମୟ ଜୀବନ କାଟିଥିଲେ ତାହାକୁ ବର୍ଣ୍ଣନା କରିଥିଲେ ଗୀତା । ଝିଅ ଗୀତା ମେହେଟା ବର୍ଣ୍ଣନା କରିଥିଲେ ବିଜୁ ବାବୁଙ୍କ କାହାଣୀ । କିପରି ଥିଲା ବିଜୁ ବାବୁଙ୍କ ଜେଲ୍ ଜୀବନର ସଂଘର୍ଷ । କିଭଳି ସେହି ସମୟରେ ସଂଘର୍ଷମୟ ଜୀବନ କାଟୁଥିଲେ ବିଜୁଙ୍କ ପରିବାର । ୧୯୪୩ ମସିହାରେ ଦେଶ ଦ୍ରୋହ ମାମଲାରେ ବ୍ରିଟିଶ ସିପାହୀ ଗିରଫ କରିଥିଲା ଲକ୍ଟକ୍ସର ବାବୁଙ୍କୁ । ବ୍ରିଟିଶ ବାୟୁସେନାରେ କାମ କରୁଥିଲେ ବି ବିପ୍ଲବୀମାନଙ୍କୁ ସହାୟତା ପ୍ରଦାନ କରୁଥିବା ତାଙ୍କ ନାଁରେ ଅଭିଯୋଗ ଥିଲା । ବିଜୁବାବୁଙ୍କୁ ହ୍ୟାଣ୍ଡକପ୍ ପକାଇ ଦିଆଗଲା । ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କଠାରୁ ବିଦାୟ ନେବା ବେଳେ ସେମାନଙ୍କ ନିକଟରେ ଥିବା ପିସ୍ତଲକୁ ଲୁଚାଇ ଦେବାକୁ ଇସାରା କରିଥିଲେ । ଗାଡିର କୁସନ ଭିତରେ ପିସ୍ତଲକୁ ଲୁଚାଇ ସଂଗ୍ରାମୀ ସୈନଙ୍କ ସ୍ତ୍ରୀ ଭାବେ ବେଶ୍ ସୂଚାରୁ ରୂପେ କାର୍ଯ୍ୟଟି ସଂପନ୍ନ କରିଥିଲେ ଜ୍ଞାନ ପଟ୍ଟନାୟକ । ଏହାପରେ ଆରମ୍ଭ ହୋଇଥିଲା ବିଜୁଙ୍କୁ ମୁକୁଳାଇବା ପାଇଁ ଜ୍ଞାନଙ୍କ ଅଭିଯାନ । ପତ୍ନୀ ଜ୍ଞାନ ପଟ୍ଟନାୟକ ସାଇକେଲ୍ ମାଧ୍ୟମରେ ଘୂରି ବୁଲିଥିଲେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ । ଲାଲକିଲ୍ଲାରୁ ଫିରୋଜପୁର କୋର୍ଟ । ବାରମ୍ବାର ବଦଳୁଥିଲା ବିଜୁଙ୍କ ଠିକଣା । ଆଶା ଆଶଙ୍କାରେ ସେତେବେଳେ ଦିନ କାଟୁଥିଲେ ବିଜୁଙ୍କ ପରିବାର । ମାତ୍ର କିଛି ଦିନର ଶିଶଷୁ ଗୀତାଙ୍କୁ ସାଇକେଲ ଆଗରେ ଥିବା ବାସ୍କେଟରେ ଓ ପଛ କ୍ୟାରିୟରେ ଦେଢ ବର୍ଷର ପୁଅ ପ୍ରେମକୁ ଧରି ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଘୂରି ବୁଲୁଥିଲେ ଜ୍ଞାନ । ପ୍ରଶାସନିକ ଅଧିକାରୀ ଓ ଜେଲ୍ କର୍ତୁପକ୍ଷଙ୍କୁ ଭେଟିବା ପାଇଁ ଦିନରାତି ଏକ କରିଦେଇଥାନ୍ତି ଜ୍ଞାନ ପଟ୍ଟନାୟକ । ସେପଟେ ଜେଲର ଚାରିକାନ୍ଥ ଭିତରେ ସ୍ୱାଧୀନତାର ସ୍ୱପ୍ନ ଦେଖୁଥାନ୍ତି ବିଜୁ ବାବୁ । ବିପ୍ଳବୀଙ୍କ ନିକôଟକୁ ଚିଠି ନେବା ଆଣିବା ଲାଗି ପତ୍ନୀଙ୍କୁ ପରାମର୍ଶ ଦେଇଥିଲେ ଅଦ୍ୟମ ସଂଗ୍ରାମୀ ବିଜୁ ପଟ୍ଟନାୟକ । ଶିଶୁପୁତ୍ର ପ୍ରେମ ପଟ୍ଟନାୟକଙ୍କ ଜୋତା ତଳେ ଚିଠି ଲୁଚାଇ ଆଣୁଥିଲେ ଜ୍ଞାନ ପଟ୍ଟନାୟକ । ଏହିପରି ଭାବେ ଜେଲ୍ ଭିତରେ ଥାଇ ବିପ୍ଳବୀଙ୍କ ସହ ଯୋଗାଯୋଗ ରଖୁଥିଲେ ବିଜୁବାବୁ । ପାଖାପାଖି ୩ ବର୍ଷ ଯାଏଁ ଚାଲିଥିଲା ଏହି ଅଭିଯାନ । ସ୍ୱାଧୀନତା ସଂଗ୍ରାମରେ ଏଭଳି ଭାବେ ଉତ୍ସର୍ଗୀକୃତ ଯୋଗଦାନ ଥିଲା ବିଜୁ ଦମ୍ପତିଙ୍କର । ୧୯୪୬ରେ ବିଜୁ ବାବୁ ଜେଲରୁ ମୁକ୍ତ ହେବା ପରେ ସ୍ୱର୍ଣ୍ଣ ଅକ୍ଷରରେ ରଚିଥିଲେ ଇତିହାସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking