34.1 C
Bhubaneswar
Thursday, April 25, 2024
Homeଓଡିଶାବିଜୁଙ୍କୁ ବାଦ୍ ଦେଇ ଓଡିଶା ଇତିହାସ ଲେଖି ହେବନି : ପ୍ରଫୁଲ୍ଲ ଘଢାଇ

ବିଜୁଙ୍କୁ ବାଦ୍ ଦେଇ ଓଡିଶା ଇତିହାସ ଲେଖି ହେବନି : ପ୍ରଫୁଲ୍ଲ ଘଢାଇ

ଭୁବନେଶ୍ୱର : ବିଜୁବାବୁଙ୍କୁ ବାଦ୍ ଦେଇ ଓଡିଶା ଇତିହାସ ଲେଖି ହେବନି । ରାଜ୍ୟ ଆଜି ତାଙ୍କରି ନାମରେ ଚାଲିଛି । ତାଙ୍କ ଚିନ୍ତାଧାରା ରେ ଯୁବକ ଯୁବତୀମାନେ ସ୍ୱାବଲମ୍ବୀ ହୁଅନ୍ତୁ ତାହାଲେ ରାଜ୍ୟ ଆଗକୁ ବଢିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଢାଇ କହିଛନ୍ତି । ଆଜି ସାରା ଓଡିଶାରେ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳିତ ହେଉଥିବା ବେଳେ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ପକ୍ଷରୁ ପ୍ରସ୍ତୁତ ବିଜୁ ଫଟୋ ଗ୍ୟାଲେରୀ କୁ ଶ୍ରୀ ଘଢାଇ ବୁଲିବାକୁ ଆସି ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ ଯେ ଏହା ଏକ ଇତିହାସ କିନ୍ତୁ ଏହାକୁ ଦେଖିଲେ ଆଖି ଆଗରେ ବିଜୁ ବାବୁଙ୍କ ଦୈନନ୍ଦିନ ଜୀବନ ଆଖି ଆଗରେ ନାଚି ଉଠୁଛି । କଂଗ୍ରେସ୍ ର ଜଟଣୀ ବିଧାୟକ କହିଥିଲେ ଓଡିଶାରେ ଏପରି ଗ୍ୟାଲେରୀ ମୁଁ କେବେ କଳ୍ପନା କରି ନଥିଲି । ଏବେ ବିଜୁ ବାବୁଙ୍କର ହୋଇଛି ପରେ ପରେ ଏହିପରି ଅନେକ ମହାପୁରୁଷଙ୍କର ହେବା ଉଚିତ ୍‌ା ଏହାର ରକ୍ଷଣା ବେକ୍ଷଣା ର ଆବଶ୍ୟକତା ନିହାତି ଦରକାର । ମୁଖ୍ୟମନ୍ତ୍ରୀ ବା ତାଙ୍କର କେହି ପ୍ରତିନିଧୀ ନିହାତି ଏହାକୁ ଦେଖିବା ଉଚିତ୍ । ଭୁବନେଶ୍ୱର ର ମଧ୍ୟଖଣ୍ଡ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ବିଜୁ ଗ୍ୟାଲେରୀ ପରିଦର୍ଶନ କରି କହିଥିଲେ ଏଭଳି ଅମୂଲ୍ୟ ଜିନିଷ କୁ ଆଗାମୀ ପିଢୀ ଙ୍କ ପାଇଁ ସାଇତି ରଖିବା ଦରକାର । ଏହି ଗ୍ୟାଲେରୀ କୁ ପ୍ରବେଶ ପୂର୍ବରୁ ସମ୍ମୁଖରେ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ସମସ୍ତେ ପୁଷ୍ପ ଦେଇ ଶଦ୍ଧାଞ୍ଜଳି ଜଣାଇଥିଲେ । ୧୯୨୯ ରୁ ୧୯୯୭ ଯାଏ ବିଭିନ୍ନ ସମୟର ଫଟୋ ସମ୍ପର୍କରେ ଇପିଏ ର ସମ୍ପାଦକ ସୂଚନା ଦେଇଥିବା ବେଳେ ମୁଖ୍ୟ ସମ୍ପାଦକ ଶ୍ରୀ ଅନିଲ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରଥିଲେ । ଗ୍ୟାଲେରୀ ଦେଖିବାକୁ ପ୍ରବଳ ଭିଡ ଜମି ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking