38.1 C
Bhubaneswar
Saturday, April 20, 2024
Homeଓଡିଶାବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାତ ଭୁଷୁଡି ଜଣେ ମୃତ

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାତ ଭୁଷୁଡି ଜଣେ ମୃତ

ଭୁବନେଶ୍ବର : ଶୁକ୍ରବାର ମଧ୍ୟରାତ୍ରି ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଏକ ନିର୍ମାଣାଧିନ ଛାତ ଭୁଷୁଡି ପଡିଥିଲା। ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ବିମାନ ବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିବା ଛାତ ଭୁଷୁଡି ପଡିବା ଫଳରେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଉଛନ୍ତି ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ଏବଂ ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳର ନବକିଶୋର ସ୍ବାଇଁ ବୋଲି ସୂଚନା ମିଳିଛି ।
ବିମାନ ବନ୍ଦର ପରିସରରେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ କର୍ମଚାରୀ ପହଞ୍ଚିଥିଲେ। ପ୍ରଥମେ ନବକିଶୋର ସ୍ବାଇଁଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। କିନ୍ତୁ ଅନ୍ୟ ଜଣେ ଶ୍ରମିକ ଭୁଷୁଡିଥିବା ଛାତ ତଳେ ଚାପି ହୋଇ ରହିଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଟିମ୍ ଲୁହା ରଡକୁ କାଟି ଭୁଷୁଡିଥିବା ଛାତ ତଳୁ ଅନ୍ତର୍ଯ୍ୟାମୀ ଗୁରୁଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking