26.1 C
Bhubaneswar
Monday, September 25, 2023
Homeଓଡିଶାବିଜୁ ପଟ୍ଟନାୟକ ବିମାନ ବନ୍ଦରର ବଢ଼ୁଛି ଚାହିଦା; ଯାତ୍ରୀ ପରିବହନରେ ୪୮.୩% ବୃଦ୍ଧି

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ବଢ଼ୁଛି ଚାହିଦା; ଯାତ୍ରୀ ପରିବହନରେ ୪୮.୩% ବୃଦ୍ଧି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ଚାହିଦା ବଢ଼ୁଛି । ଯାତ୍ରୀ ପରିବହନ ସଂଖ୍ୟାରେ ୪୮.୩% ବୃଦ୍ଧି ହୋଇଛି । ପୂର୍ବାପେକ୍ଷା ବିମାନ ଚଳାଚଳ ଓ ଯାତ୍ରୀ ପରିବହନ ସଂଖ୍ୟା ବି ବଢ଼ିଛି । ୨୦୨୨ ଜୁଲାଇ ମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୪୫,୨୩୨ ଥିଲାବେଳେ ୨୦୨୩ ଜୁଲାଇ ମାସ ସୁଦ୍ଧା ୩ ଲକ୍ଷ ୬୩ ହଜାର ୫୭୬ ଯାତ୍ରୀ ଯାତାୟାତ କରିଛନ୍ତି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

 ୧୭ ଏପ୍ରିଲ ୧୯୬୨ରେ ଓଡ଼ିିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲା ଭୁବନେଶ୍ୱର ବିମାନବନ୍ଦର । ବିମାନବନ୍ଦରରେ ଦୁଇଟି ସକ୍ରିୟ ଯାତ୍ରୀ ଟର୍ମିନାଲ୍ ରହିଛି । ପ୍ରଥମ ଟର୍ମିନାଲଟି ଘରୋଇ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଟର୍ମିନାଲ୍ ୨ ରହିଛି । ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଜିତ୍ ସିଂହ ୫ ମାର୍ଚ୍ଚ ୨୦୧୩ରେ ଟର୍ମିନାଲ ୧ର ଲୋକାର୍ପିତ କରିଥିଲେ । ପରେ ଟର୍ମିନାଲ ୨ରେ ଆନ୍ତର୍ଜାତୀୟ କାର୍ଯ୍ୟ ପରିଚାଳନା ପାଇଁ ନବୀକରଣ କରାଯାଇଥିଲା । ଭାରତ ସରକାର ୩୦ ଅକ୍ଟୋବର ୨୦୧୩ ରେ ବିମାନବନ୍ଦରକୁ ଆନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିଥିଲେ । ମେ ୨୦୨୩ରୁ ଏହି ବିମାନବନ୍ଦର ଅନ୍ତର୍ଜାତୀୟ କାର୍ଯ୍ୟ ଆରମ୍ଭ କରିଥିଲା । ଏବେ ବ୍ୟାଙ୍କକ୍‌, ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରୁଛି ।

 ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୈନିକ ବିମାନ ଚଳାଚଳ ୯୦ରୁ ୧୦୦ଟି ରହୁଥିବାବେଳେ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୨ ହଜାରରୁ ଅଧିକ ରହଛି । ବିଗତ ବର୍ଷ ତୁଳନାରେ ବିମାନ ଚଳାଚଳ ସଂଖ୍ୟାରେ ୩୧.୯% ଏବଂ ଯାତ୍ରୀ ପରିବହନ ସଂଖ୍ୟାରେ ୪୮.୩% ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୨ ଜୁଲାଇ ମାସ ତୁଳନାରେ ୨୦୨୩ ଜୁଲାଇ ମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଓ ବିମାନ ଚଳାଚଳ ସଂଖ୍ୟାରେ ବୃଦ୍ଧି ପାଇଛି । ୨୦୨୩ ମସିହା ଜୁଲାଇ ମାସ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ୨୮୮୫ଟି ବିମାନ ଚଳାଚଳ କରିଛି । ଜୁଲାଇ ୨୦୨୨ ମଧ୍ୟରେ ୨୧୮୭ଟି ବିମାନ ଚଳାଚଳ କରିଥିଲା । ୨୦୨୨ରେ ଯାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ୪୫ ହଜାର ୨୩୨ ଥିଲାବେଳେ ୨୦୨୩ରେ ୩ ଲକ୍ଷ ୬୩ ହଜାର ୫୭୬ ଜଣ ଯାତ୍ରୀ ଯାତାୟାତ କରିଛନ୍ତି । ଆଗାମୀ ଦିନରେ ପାର୍ବଣ ଋତୁ ସହ ବଡ଼ଦିନ ଥିବାରୁ ଯାତ୍ରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking