39.1 C
Bhubaneswar
Tuesday, April 23, 2024
Homeଖେଳବିଜେନ୍ଦରଙ୍କ ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଏଲିଆସୁ ସୁଲେ

ବିଜେନ୍ଦରଙ୍କ ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଏଲିଆସୁ ସୁଲେ

ନୂଆଦିଲ୍ଲୀ: ଭାରତୀୟ ପ୍ରୋ-ବକ୍ସର୍ ବିଜେନ୍ଦର ସିଂହ ଅଗଷ୍ଟ ୧୭ରେ ଘାନା ବକ୍ସର୍ ଏଲିଆସୁ ସୁଲେଙ୍କ ସହ ମୁକାବିଲା କରିବେ । ଏହି ‘ଜଙ୍ଗଲ ରମ୍ବଲ୍‌’ ରାୟପୁରର ବଲ୍‌ବୀର ଜୁନେଜା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ରାୟପୁର ସହରରେ ଏହା ପ୍ରଥମ ପ୍ରଫେସନାଲ୍ ଫାଇଟ୍ ହେବ । ୱେଷ୍ଟ ଆଫ୍ରିକା ବକ୍ସିଂ ୟୁନିୟନ୍ ଚାମ୍ପିଅନ୍ ଏଲିଆସୁଙ୍କର ପୂର୍ବରୁ ଭାଗ ନେଇଥିବା ବାଉଟ୍‌ରେ ୧୦୦ ପ୍ରତିଶତ ବିଜୟ ରେକର୍ଡ ରହିଛି । ଏବେ ମାଞ୍ଚେଷ୍ଟର୍‌ରେ ଟ୍ରେନିଂ କରୁଥିବା ବିଜେନ୍ଦର ଏହି ଫାଇଟ୍ ପାଇଁ ଅଗଷ୍ଟ ୮ରେ ଭାରତ ଆସିବେ ।

ସେ ଶେଷଥର ପାଇଁ ୨୦୨୧ ମାର୍ଚ୍ଚରେ ଆର୍ଟିଶ୍ ଲୋପ୍‌ସାନ୍‌ଙ୍କ ବିପକ୍ଷରେ ଫାଇଟ୍ କରିଥିଲେ । ଏହି ଫାଇଟ୍‌ରେ ବିଜେନ୍ଦର ତାଙ୍କ ପ୍ରଫେସନାଲ୍ କ୍ୟାରିୟର୍‌ର ପ୍ରଥମ ପରାଜୟ ଭୋଗିଥିଲେ । ଫାଇଟ୍ ସମ୍ପର୍କରେ ବିଜେନ୍ଦର କହିଛନ୍ତି, ଏଥିପାଇଁ କଡ଼ା ଟ୍ରେନିଂ କରିଛି ଏବଂ ପୁଣିଥରେ ବିଜୟ ଧାରାକୁ ଫେରିବା ପାଇଁ ଏହା ମୋ ପାଇଁ ପ୍ରକୃତ ସୁଯୋଗ । ପର୍ପଲ୍ ଗୋଟ୍ ସ୍ପୋର୍ଟ୍ସଟେନ୍‌ମେଣ୍ଟ୍ ଏଲ୍‌ଏଲ୍‌ପି ଦ୍ୱାରା ଆୟୋଜିତ ‘ଜଙ୍ଗଲ ରମ୍ବଲ୍‌’ର ଅଣ୍ଡରକାର୍ଡ ଫାଇଟ୍‌ରେ ଫୈଜନ୍ ଅନ୍‌ୱର, ସଚିନ୍ ନୌତିଆଲ୍‌, କାର୍ତ୍ତିକ ସତୀଶ କୁମାର, ଆଶିଷ ଶର୍ମା, ଗୁରପ୍ରୀତ୍ ସିଂହ ଏବଂ ଶାଇଖୋମ୍ ରେବାଲ୍ଡୋଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking