26.1 C
Bhubaneswar
Friday, March 29, 2024
Homeଓଡିଶାସରକାରଙ୍କୁ ବିଜୟଙ୍କ କରୋନା ବାଣ

ସରକାରଙ୍କୁ ବିଜୟଙ୍କ କରୋନା ବାଣ

ଭୁବନେଶ୍ୱର : କରୋନା ମହାମାରିକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମୁକାବିଲା କରିବା ଦିଗରେ ସରକାରଙ୍କ ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସରକାର କାମ ଅପେକ୍ଷା ପ୍ରଚାର ପ୍ରସାରରେ ଅଧିକ ଗୁରୁତ୍ୱ ଦେଉଛନ୍ତି। କିଛି ଅଧିକାରୀଙ୍କ ମନରେ ଅହଂଭାବ ଦୂର ହେଉ ନାହିଁ । ସେବା ବଦଳରେ ଅହଂକାରରରେ ବୁଡ଼ି ରହିଛନ୍ତି । ଦୀର୍ଘ ଦିନର ଲକ୍‌ଡାଉନ୍ ପରେ ଯେଉଁ ପରିସ୍ଥତି ଏବେ ସୃଷ୍ଟି ହେଉଛି ଓ ଆଗକୁ ସୃଷ୍ଟି ହେବାକୁ ଯାଉଛି ସେଥିପାଇଁ ଜୀବନ ଓ ଜୀବିକା ଲାଗି ସମାୂହିକ ଯୋଜନା ନକଲେ ଆଗକୁ ପରିଣତି ଭୟାବହ ହେବ ଓ ଭୟଙ୍କର ଆଡ଼କୁ ଯିବ ବୋଲି ଶ୍ରୀ ମହାପାତ୍ର ଏକ ଭିଡିଓ ଜାରି କରି ସରକାରଙ୍କୁ ଚେତାଇ ଦେଇଛନ୍ତି । ଶ୍ରୀ ମହାପାତ୍ର ଭିଡତ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, କରୋନା କେବଳ ରାଜ୍ୟର ନୁହେଁ ଦେଶ ଓ ବିଶ୍ୱର ଚିନ୍ତା ବଢ଼ାଇଛି । ଏହା କେବେ ଦୂର ହେବ କେହି କହିପାରୁ ନାହାଁନ୍ତି । ସାଧାରଣ ଛୋଟିଆ ଛୋଟିଆ ଅବହେଳା ପାଇଁ ଓ ଆମ ସମସ୍ତଙ୍କର ସତର୍କତା ଯୋଗୁ ଓ ସରକାରୀ କଳର ଅବହେଳା ପାଇଁ ହଠାତ୍ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା । ଓଡ଼ିଶା ବାହାରେ ଅନେକ ରାଜ୍ୟରେ ବହୁ ଓଡ଼ିଆ ଲୋକ ରହିଛନ୍ତି । ସମସ୍ତେ ଦୁଃଖ ଓ ଯନ୍ତ୍ରଣାରେ ନିଜର କଷ୍ଟ ବଖାଣୁଛନ୍ତି । ସରକାରୀ ସ୍ତରରେ କିଛି କିଛି ଦାୟିତ୍ୱ ବାହାର ରାଜ୍ୟ ପାଇଁ ଦିଆଗଲା । ଆଶା କରାଯାଉଥିଲା ସେମାନେ ଏହି ଦାୟିତ୍ୱ ସମାପନ କରିବେ । ଆମ ଲୋକଙ୍କ ପାଖରେ ଖାଦ୍ୟ ପଦାର୍ଥ ପହଂଚିବ ।  ସେମାନଙ୍କ ଦୁଃଖ ସରକାର ବୁଝିବେ । ହେଲେ ଦୁଃଖ ଓ ଅବସସ ହେଉଛି, ସରକାରୀ କଳରେ ସେ ସକ୍ରିୟତା ପ୍ରକାଶ ପାଇଲା ନାର୍ହି । ସେମାନଙ୍କ ପାଖରେ ଆହର ପହଂଚାଇବା ସମ୍ଭବ ହୋଇପାରିଲା ନାହିଁ । ଗୁଜୁଚରାଟରେ ଥିôବା ଓଡ଼ିଆମାନଙ୍କ ସମ୍ପର୍କରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବର୍ତ୍ତା ହେଲେ ସେଥିରୁ ଆଶା କରାଗଲା ଗୁଜୁରାଟରୁ ସମସ୍ତେ ଚାଲି ଆସିଲେ । ଫଳରେ ସମସ୍ତଙ୍କ ମନରେ ଆଶା ବଢ଼ିଲା । ହଠାତ୍ ଦେଖିଲା ବେଳକୁ ୪/୫ଟି ବସ୍‌ରେ ଅନୁମତି ନେଇ କିଛି ଲୋକ ଚାଲି ଆସିଲେ ଅନ୍ୟମାନେ ରହିଗଲେ । ଏବେ ସେମାନେ ଚିନ୍ତିତ କ’ଣ ହେବ କେମିତି ଯିବୁ । ଲକ୍ଷାଧିକ ଲୋକଙ୍କୁ ବସ୍‌ରେ ଆଣିବା ସମ୍ଭବ କି? ଯେଉଁମାନେ କିଛି ନବୁଝି ନଶୁଣି ଘୋଷଣା କରିଦେଉଛନ୍ତି ସେମାନେ ଭାବି ପାରୁନାହାଁନ୍ତି ସେମାନଙ୍କ ପଦେ କଥାକୁ ବି ଅନଇ ବସିଛନ୍ତି । ଦାୟିତ୍ୱ ପୂର୍ଣ୍ଣ କଥାବାର୍ତ୍ତା କରିବା ବର୍ତ୍ତମାନର ସମୟ । ଦାୟିତ୍ୱହୀନ କଥା ବର୍ତ୍ତା କରିବା ବର୍ତ୍ତମାନ ସମୟ ନୁହେଁ । ଯେହେତୁ ଲୋକ ଆଶା କରିଛନ୍ତି ସରକାରଙ୍କୁ ଓ ସରକାରୀକଳକୁ ସେତେବେଳେ କେବଳ ନିଜ ପ୍ରଚାର କରି ବସିଲେ ସମସ୍ୟାର ସମାଧାନ ହେବ ନାହିଁ । କିଛି ଲୋକଙ୍କ ମନରେ ଅହଂକାର ଜମାଟ ବାନ୍ଧି ବସିଛି । ସେମାନଙ୍କ ମନରୁ ଅହଂଙ୍କାର ଭାଙ୍ଗନି ବୋଲି ବିଜୟ ସମାଲୋଚନା କରି କହିଛନ୍ତି ।
ରାଜନୈତିକ ମତଭେଦ ହେଉ କି ସଙ୍କୀର୍ଣ୍ଣତା ହେଉ ଏ ସବୁକୁ ଖୋଲି ସମସ୍ତ ରାଜ୍ୟବାସୀ, ଦେଶବାସୀ ଏକାଠି ହୋଇଛନ୍ତି । କିନ୍ତୁ ମୁଷ୍ଟିମୟ ଲୋକ ତାଙ୍କ ଅହଂଙ୍କାର ଛାଡ଼ି ପାରୁ ନାହାଁନ୍ତି କି ନିଷ୍ପତି ନେଇ ପାରୁ ନାହାଁନ୍ତି । ଯାହା ଫଳରେ ଲୋକେ ଆହୁରି ହନ୍ତସନ୍ତ ହେଉଛନ୍ତି । କେବେ ଲକ୍‌ଡାଉନ୍ ହଠିବ କେବେ ଆସିବେ କେଉଁଠି ରହିବେ କେମିତି ରଖାଯିବ ସେ ନେଇ ଯୋଜନା ହେବା ଦରକାର । ଯେଉଁ ମାନଙ୍କର ଫିଲ୍ଡ ଅଭିଜ୍ଞତା ନାହିଁ , ଗ୍ରାମ ପଂଚାୟତ ସମ୍ପର୍କରେ ଅଭିଜ୍ଞତା ନାହିଁ ଖାଲି ବାହାରେ ପ୍ରଚାର କରିଦେଲେ ସମସ୍ୟାର ସମାଧାନ ହେବନି । ତଳସ୍ତରରେ ଯେତିକି ପ୍ରସ୍ତୁତି ଦରକାର ତାହା ନାହିଁ । କୁହାଗଲା ଯେ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଗଲା। ସରପଂଚ କାଲି କିଛି ଭୂଲ କଲେ ଜିଲ୍ଲାପାଳ ତାଙ୍କୁ ସସ୍‌ପେଣ୍ଡ କରିବ । କେହି କିଛି ବୁଝିବା ପାଇଁ ରାଜି ନୁହଁନ୍ତି । ସମସ୍ତେ ପ୍ରଚାର କରିବାରେ ବ୍ୟସ୍ତ ।
ଆମ ପାଖରେ ଏବେ ଦୁଇଟି ମୁଖ୍ୟ ସମସ୍ୟା । ଗୋଟିଏ ହେଲା ଜୀବନକୁ ବଂଚାଇବା ଓ ଅନ୍ୟଟି ହେଲା ଜୀବିକା ଯୋଗାଇବା । ଜୀବନ, ଜୀବିକା ପାଇଁ ଦୁଇଟି ମାଷ୍ଟର ପ୍ଲାନ୍ ଯଦି ତିଆରି ନହେବ ଏ ରାକ୍ଷସ ବିରୁଦ୍ଧରେ ଲଢ଼େଇ କରିବାରେ ଆମେ ଆମର ସମସ୍ତ ଶକ୍ତି ହରାଇ ବସିବା । ମୁଷ୍ଟିମୟେ ଲୋକ ଦୟାକରି ନିଜର ଅହଂଙ୍କାର ପରିହାର କରନ୍ତୁ । ସେବା କରିବାର ମନବୃତି ନିଅନ୍ତୁ । ପ୍ରଚାର ପ୍ରସାର ଠାରୁ ଦୂରେଇ ରୁହନ୍ତୁ । ବାର୍ ବାର୍ କଥା ବଦାଳନ୍ତୁ ନାହିଁ । ଗୋଟିଏ ସାମୁହିକ ନିଷ୍ପତି ନିଅନ୍ତୁ । ସମସ୍ତଙ୍କ ସ୍ୱାର୍ଥକୁ ଦେଖି ଯଦି ନିଷ୍ପତି ନିଆ ନଯିବ ପରିସ୍ଥିତି ଭୟାବହ ହେବ ଓ ଭୟଙ୍କର ହେବ ବୋଲି ବିଜୟ ଚେତାଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking