39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଜେପି ଯାହା ସହ ରହେ ସଫା କରେ –ତେଜସ୍ୱୀ

ବିଜେପି ଯାହା ସହ ରହେ ସଫା କରେ –ତେଜସ୍ୱୀ

ପାଟନା : ବିଜେପିକୁ କଟୁ ସମାଲୋଚନା କଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ବିଜେପି ଯାହା ସହ ମେଣ୍ଟ କରେ ତାକୁ ସଫା କରିଦିଏ ବୋଲି କହିଲେ । ପଞ୍ଜାବରେ ଅକାଳୀ, ମହାରାଷ୍ଟ୍ରରେ ଶିବସେନାକୁ ଉଦାହରଣ ଭାବେ ଦେଖ । ଏବେ ଉତ୍ତର ଭାରତରେ ବିଜେପିର ଆଉ କୈାଣସି ମେଣ୍ଟସହଯୋଗୀ ନାହିଁ । ବିହାରରେ ବି ବିଜେପି ପୂରା ଏକା ରହିଗଲା ବୋଲି କହିଲେ ତେଜସ୍ୱୀ ।
ଅନ୍ୟପଟେ ନୀତିଶ କୁମାର ଇସ୍ତଫା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏନଡିଏ ଛାଡିବାକୁ ଆମ ଦଳରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା । ଏବେ କେବଳ ବିଜେପିକୁ ଛାଡି ଅନ୍ୟ ସମସ୍ତ ଦଳ ଏକାଠି ହୋଇଛୁ । ଆମକୁ ୭ ଟି ଦଳର ସମର୍ଥନ ମିଳିଛି । ଜଣେ ସ୍ୱାଧୀନ ବି ଅଛନ୍ତି । ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଆମ ସହ ରହିଛି । ବିହାରରେ ବିଜେପି ଏକା , ଆମେ ସମସ୍ତେ ଏକାଠି ହୋଇ ଯାଇଛୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking