ୟୁପିଏରୁ ଅଲଗା ହେଲେ ଉପେନ୍ଦ୍ର କୁଶଓ୍ବାହା

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ଆରଏଲ୍‌ଏସ୍‌ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା ୟୁପିଏ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଔପଚାରିକ ଭାବରେ ଆଜି ଦ୍ବିପ୍ରହରରେ ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି । ଉପେନ୍ଦ୍ର କୁଶଓ୍ବାହା ବିହାର ନିର୍ବାଚନ ପାଇଁ ବିଏସ୍‌ପି ଓ ବିଆଇପି ଦଳ ସହ ମିଶି କରି ତୃତୀୟ ମୋର୍ଚ୍ଚା ସମ୍ଭାଳିବେ ବୋଲି ସୂଚନା ରହିଛି । ଏହି ମୋର୍ଚ୍ଚା କୁଶଓ୍ବାହାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ ।

ୟୁପିଏ୍ ସହ ମୋହଭଙ୍ଗ ପରେ ଉପେନ୍ଦ୍ର କୁଶଓ୍ବାହା ଏନ୍‌ଡିଏ ସମ୍ପର୍କରେ ମଧ୍ୟ ଥିଲେ । କିନ୍ତୁ ଆସନ ବୁଝାମଣା ନେଇ ଅଙ୍କ ଛିଣ୍ଡି ନ ପାରିବାରୁ ଉପେନ୍ଦ୍ର କୁଶଓ୍ବାହା ଏବେ ନୂତନ ଦଳ ଗଠନ ନେଇ ସୂଚନା ଦେଇଛନ୍ତି ।

ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ବକୁ ସ୍ବୀକର କରିବାକୁ ପ୍ରସ୍ତୁତ ନ ଥିଲେ । ଏହା ସହିତ ମହାମେଣ୍ଟ ନେଇ ଆସନ ବୁଝାମଣାକୁ ନେଇ ନାରାଜ ରହିଥିଲେ ଉପେନ୍ଦ୍ର କୁଶଓ୍ବାହା । ୨୦୧୮ରେ କୁଶଓ୍ବାହା ଏନ୍‌ଡିରୁ ଅଲଗା ହୋଇଥିଲେ । ଉପେନ୍ଦ୍ର କୁଶଓ୍ବାହା ଆରଏଲ୍‌ଏସ୍‌ପିର ସଂସ୍ଥାପକ ରହିଥିଲେ । ୨୦୧୪ ଶାସନ କାଳରେ ମୋଦି ସରକାରଙ୍କ ସରକାରରେ ଗ୍ରାମୀଣ ବିକାଶ, ପଞ୍ଚାୟତୀ ରାଜ, ପାନୀୟ ଜଳ ଓ ସ୍ବଚ୍ଛତା ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here