27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା : ବିହାର ରାଜନୀତିରେ ଏବେ କ୍ଷମତା ସଂକଟ ଦେଖିବାକୁ ମିଳିଛି । ବିହାରର ମୁଖ୍ୟମନ୍ତ୍ରୀ ତଥା ସୁଶାସନ ବାବୁ ନାମରେ ପରିଚିତ ନୀତିଶ କୁମାର ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ଇସ୍ତଫା ପରେ ନୀତିଶ କୁମାର ପ୍ରତିକ୍ରିୟା ରଖିଛନ୍ତି । ଆଜି ଆମ ଦଳର ବରିଷ୍ଠ ନେତା ମାନଙ୍କର ବୈଠକ ବସିଥିଲା । ବୈଠକରେ ବିଧାୟକ , ସାଂସଦମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତେ ଏନଡିଏ ଛାଡି ଦେବାକୁ କହିଲେ । ସମସ୍ତେ ଏନଡିଏ ଛାଡିବାକୁ କହିବାରୁ ମୁଁ ଇସ୍ତଫା ଦେଲି ।
ସେପଟେ ଇସ୍ତଫା ଦେଇ ସାରିବା ପରେ ତେଜସ୍ୱୀ ଯାଦବଙ୍କ ଘରେ ପହଁଚିଲେ ନୀତିଶ କୁମାର । ଇସ୍ତଫା ପରେ ସିଧା ତେଜସ୍ୱୀ ଯାଦବ ଙ୍କ ଘରେ ପହଁଚିଲେ ।ଆରଜେଡି ନେତା ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking