38.1 C
Bhubaneswar
Tuesday, April 23, 2024
Homeମନୋରଞ୍ଜନବିଗ୍ ବସ ୧୬ର ଆସିଲା ପ୍ରୋମୋ: ସୋସିଆଲ ମିଡିଆରେ ୟୁଜର୍ସମାନଙ୍କ ସ୍ପେସାଲ ଡିମାଣ୍ଡ

ବିଗ୍ ବସ ୧୬ର ଆସିଲା ପ୍ରୋମୋ: ସୋସିଆଲ ମିଡିଆରେ ୟୁଜର୍ସମାନଙ୍କ ସ୍ପେସାଲ ଡିମାଣ୍ଡ

ମୁମ୍ବାଇ: କଲର୍ସର ଲୋକପ୍ରୀୟ ରିଆଲିଟି ଶୋ ହେଉଛି ବିଗ୍ ବସ । ଯାହାର ସିଜନ ୧୬ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି । ତେବେ ଏହାରି ମଧ୍ୟରେ ବିଗ୍ ବସ ୧୬  ତାର ପ୍ରଥମ ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି । ଯାହାକି ବର୍ତ୍ତମାନ ଖୁବ୍ ଭାଇରାଲ ହେବାର ଲାଗିଛି । ଏହି ଶୋ ପାଇଁ କିଛି ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିଥବା ବେଳେ ୧ ଅକ୍ଟୋବରରେ ସେହି ନାମଗୁଡିକ ନିଶ୍ଚିତ ହେବ । କିନ୍ତୁ ବିଗ୍ ବସ୍ ର ଏହି ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ଫ୍ୟାନ୍ସମାନେ ଏହି ଶୋ କୁ ନେଇ ଏକ ସ୍ୱତନ୍ତ୍ର ରିକ୍ୟୁଏଷ୍ଟ କରିଛନ୍ତି । ତେବେ ୟୁଜର୍ସମାନଙ୍କର ସେହି ସ୍ପେସାଲ ରିକ୍ୟୁଏଷ୍ଟ କଣ ଆସନ୍ତୁ ଜାଣିବା ।

ବିଗ୍ ବସ୍ ର ପ୍ରଶଂସକମାନଙ୍କ କହିବା ଅନୁଯାୟୀ ଚଳିତ ସିଜନରେ ବିଗ୍ ବସ୍ ଘରରୁ ପ୍ରସିଦ୍ଧ ଟିଭି ସେଲିବ୍ରିଟିମାନେ ଆସିବା ଉଚିତ୍ । ଶୋ’ର ନୂଆ ପ୍ରୋମୋ ଭାଇରାଲ ହେବାପରେ , ପ୍ରାୟ ସମସ୍ତେ କମେଣ୍ଟ ସେକ୍ସନରେ ଏହି ଡିମାଣ୍ଡ କରିଥିବା ନଜର ଆସିଛି । ୟୁଜର୍ସମାନେ କହିଛନ୍ତି ଯେ ହିନା ଖାନ, ଗୌହର ଖାନ, ରୁବିନା ଦିଲେକ୍ , କରଣ କୁନ୍ଦ୍ରା, ତେଜସ୍ୱୀ ପ୍ରକାଶଙ୍କ ପରି ପ୍ରସିଦ୍ଧ ସେଲିବ୍ରେଟମାନେ ଏହି ଶୋ’ରେ ଆସିବା ଉଚିତ୍। ଯାହାଫଳରେ ଏହି ଶୋ ଦେଖିବା ପାଇଁ ଅଧିକ ମଜା ଆସିବ ।

ବିଗ୍ ବସ୍ ୧୬ ଶୋ’ର ସମ୍ଭାବ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ ନାମ ମଧ୍ୟ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ ଏହି ଶୋ’ରେ ଭାଗ ନେବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ ୨ ଟି ସର୍ତ୍ତ ରଖିଛନ୍ତି । ପ୍ରଥମ ସର୍ତ୍ତ ହେଉଛି ସେ ଶୋ’ରେ ଦୀର୍ଘ ସମୟ ରହିବାକୁ ଚାହାଁନ୍ତି ଏବଂ ଦ୍ୱିତୀୟଟି ହେଉଛି ସେ ଏହି ସିଜନ ପାଇଁ ୩୦ କୋଟି ଟଙ୍କା ଫି ନେବେ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ରାଜ କୁନ୍ଦ୍ରା ବିଗ୍ ବସ୍ ୧୬ ପାଇଁ ୩୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଯାହାକୁ ସେ ଦାନ ଦେବାକୁ ଚାହୁଁଛନ୍ତି । ବର୍ତ୍ତମାନ ଏହି କଥାରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା କେବଳ ଅକ୍ଟୋବର ୧ ରେ ହିଁ ଜଣା ପଡିବ । ଏତତ୍ ବ୍ୟତୀତ ଶିବାଙ୍ଗୀ ଯୋଶୀ, କରଣ ପଟେଲ, ମୁନାଭର୍ ଫାରୁକି, ଟିନା ଦତ୍ତା ଭଳି ସେଲିବ୍ରିଟି ଏହି ଶୋ’ରେ ଭାଗ ନେଉଥିବା ଖବର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking