34.1 C
Bhubaneswar
Thursday, March 28, 2024
Homeଓଡିଶାଯାଜପୁର ଜିଲ୍ଲାରେ ୩୦ ଘାଇ; ସର୍ବାଧିକ ବରୀରେ ୨୪ ଘାଇ , ୫ ଦିନ ହେଲା...

ଯାଜପୁର ଜିଲ୍ଲାରେ ୩୦ ଘାଇ; ସର୍ବାଧିକ ବରୀରେ ୨୪ ଘାଇ , ୫ ଦିନ ହେଲା ୫ ଲକ୍ଷ ଲୋକ ଜଳ ବନ୍ଦୀ

ଯାଜପୁର: ଯାଜପୁର ଜିଲ୍ଲାରେ ମୋଟ ୩୦ଟି ଘାଇ ହୋଇଥିବା ଜଣାପଡିଛି ।  ସେଥିରୁ ବରୀରେ ୨୪ ଟି ଘାଇ ହୋଇଛି ବୋଲି ଜଳସେଚନ ବିଭାଗ ସର୍ଭେ କରି ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି । ବନ୍ଧ ବାଡ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ,ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନେ ମିଳିମିଶି ଏହି ଅର୍ଥ କୁ ଲୁଟ କରି ନେଉଥିବାରୁ ନିମ୍ନ ମାନର କାମ କରି ବନ୍ଧ କୁ ଦୁର୍ବଳ କରିଦିଆଯାଉଛି । ସେଥି ପାଇଁ ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି । ଘାଇ ହେବା ଦ୍ୱାରା ଜଳ ବନ୍ଦୀ ରେ ଜିଲ୍ଲାର ବରୀ ,ବିଂଝାରପୁର ,ଦଶରଥ ପୁର, ବଡଚନା , ରସୁଲପୁର ବ୍ଲକ ର ୫ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଜଳ ବନ୍ଦୀ ହୋଇରହିଛି ।  ବରୀ ରେ ସର୍ବାଧିକ କ୍ଷତିଗ୍ରସ୍ତ ହେଲାଣି , ବନ୍ୟା ସ୍ରୋତରେ ୩ ଜଣ ଭାସିଯାଇ ମୃତ୍ୟୁ ବରଣ କଲେଣି ,ଭୋକ ଉପାସରେ ୫ ଦିନ ହେବ ବିପନ୍ନ ରହିଛନ୍ତି । ପ୍ରଶାସନ ବିପନ୍ନ ଙ୍କ ପାଖରେ ପହଞ୍ଚି ପାରି ନାହିଁ, ରିଲିଫ ଦିଆଯିବ ବୋଲି ଘୋଷଣା କରାଯାଇଛି । ସେଥିପାଇଁ ୧୭ ଅଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି ।  ବରୀ ବିଧାୟିକା ଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ବିପନ୍ନ ଙ୍କୁ ଉଦ୍ଧାର କରିବା ସହିତ ଶୁଖିଲା ଖାଦ୍ୟ ଓ କେତକ ସ୍ଥାନରେ ରନ୍ଧା ଖାଦ୍ୟ ଦେଉଥିବା ବିପନ୍ନ ମାନେ କହିଛନ୍ତି ।  ଵୋଦୁଅ ପଂଚାୟତରେ ସମାଜ ସେବୀ ତାରାକାନ୍ତ ଜେନା ,ସରପଞ୍ଚ ଅର୍ଚ୍ଚନା ମଲ୍ଲିକ ଉଦ୍ଧାର କାର୍ଯ୍ୟ କରିବାସହିତ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବିପନ୍ନ ଙ୍କୁ ବଣ୍ଟନ କରୁଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ପଲିଥିନ ଖଣ୍ଡେ ମିଳୁ ନାହିଁ । ଅପାରଗ ପ୍ରଶାସନ ପାଇଁ ଜିଲ୍ଲାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢି ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking