31.1 C
Bhubaneswar
Friday, March 29, 2024
Homeଓଡିଶାବିଜେପିକୁ ବଡ ଝଟକା 

ବିଜେପିକୁ ବଡ ଝଟକା 

ଯାଜପୁର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ ଝଟକା ଲାଗିଛି । ଜିଲାର ୨୯ ନଂ ଜୋନର ଜିଲାପରିଷଦ ପ୍ରାର୍ଥୀ ଭାସ୍କର ଯେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଆଜି ସକାଳେ ଉପଜିଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ପଂଳରେ ଏହି ଜୋନରେ ବିଜେପି ଜିଲାପରିଷଦ ଜୋନରେ ଲଢ଼ିପାରିବ ନାହିଁ । ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିିଛି । ବିଜେଡି ସହିତ ଲଢ଼ିବା ପାଇଁ ବିଜେପି ପ୍ରାର୍ଥିୀମାନେ ସାହାସ ଜୁଟାଇପାରୁନଥିବା କହିଛି ବିଜେଡି । ସେପଟେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବା ନେଇ ସଠିକ୍ ସୂଚନା ନଥିବା କହିଛି ବିଜେପି । ଭାସ୍କର ଜଣେ ଜିଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଏବଂ ଜାତୀୟ ପରିଷଦର ସଦସ୍ୟ ହୋଇଥିଲେ ହେଁ କେଉଁ କାରଣରୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking