36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶମୋଦି ସରକାରଙ୍କ ବଡ଼ ନିଷ୍ପତି : ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍...

ମୋଦି ସରକାରଙ୍କ ବଡ଼ ନିଷ୍ପତି : ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍ ଡ୍ୟୁଟି ଧରାଯିବ

ନୂଆଦିଲ୍ଲୀ : ଏବେ ମୋଦି ସରକାର ଦେଶର ସୈନିକମାନଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହାକି ସେମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି । ଯେଉଁଥିରେ ଛୁଟି ବା ଅବକାଶ ସମୟରେ ସୈନିକମାନଙ୍କ ଉପରେ ଆକ୍ରମଣକୁ ନେଇ ଆଦେଶ ଜାରି କରାଯାଇଛି । ଏହା ମୁତାବକ ଛୁଟିରେ ଯାଇଥିବା କୌଣସି ବି ସୈନିକଙ୍କ ଉପରେ ଯଦି ଚରମପନ୍ଥୀ କିମ୍ବା ଅସାମାଜିକ ତତ୍ତ୍ୱ ଦ୍ୱାରା ଆକ୍ରମଣ ହୋଇଥାଏ ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟିଥାଏ ଏହି ମାମଲାକୁ ‘ଅନ୍ ଡ୍ୟୁଟି’ ମୃତ୍ୟୁ ବୋଲି ବିବେଚନା କରାଯିବ । ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ । ସମସ୍ତ ୩ ସେନା ଉପରେ ଏହି ଆଦେଶ ଲାଗୁ କରି ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି କି, ବର୍ତ୍ତମାନ ସୁଦ୍ଧା ଅନେକ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ହୋଇ ନାହିଁ । ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ ଆସିଛନ୍ତି କିମ୍ବା ଆଉ କେଉଁଠାକୁ ଯାଇଛନ୍ତି, ଆଉ ଏହି ସମୟରେ ତାଙ୍କୁ ଆକ୍ରମଣ କରି ମାରି ଦିଆଯାଉଛି, ତ ଏମିତି ସ୍ଥିତିରେ ସେ ଡ୍ୟୁଟିରେ ଥିଲେ ବୋଲି ଧରାଯିବ । ଏଥିରେ ତାଙ୍କ ପରିବାର ଲୋକେ ସେହି ହିସାବରେ କ୍ଷତିପୂରଣ ପାଇବା ପାଇଁ ଦାବିଦାର ରହିବେ । ଯେପରି ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ କ୍ଷତିପୂରଣ ମିଳିଥାଏ । ଆଦେଶରେ କୁହାଯାଇଛି, ଛୁଟିର ଅର୍ଥ ହେଉଛି, ସେହି ସମସ୍ତ ପ୍ରକାର ଛୁଟି, ଯାହା ସରକାରଙ୍କ ତରଫରୁ ସୈନ୍ୟକମାନଙ୍କୁ ପ୍ରଦାନ କରାଯାଇଥାଏ । ବାସ୍ତବରେ, ବିଗତ ଅନେକ ଦିନରୁ ସୈନ୍ୟକମାନଙ୍କ ଉପରେ ଆକ୍ରମଣ ଘଟଣା ଅଧିକ ମାତ୍ରାରେ ବଢ଼ି ଯାଇଛି । ଖାସ୍ କରି ଯେତେବେଳେ ସେମାନେ ଛୁଟିରେ ରହୁଛନ୍ତି । ଯଦିଓ ଏହି ଘଟଣାଗୁଡ଼ିକ କଶ୍ମୀରରେ ଅଧିକ ଭାବେ ଘଟିଛି । ଏବେ ଏହି ମାମଲାରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇ ସୈନିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking