26.1 C
Bhubaneswar
Sunday, September 25, 2022
Homeଦେଶ ବିଦେଶଯମୁନା ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା

ଯମୁନା ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା

ନୂଆଦିଲ୍ଲୀ: ୟୁପିର ବାନ୍ଦା ଠାରେ ଆଜି ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମାର୍କା ଥାନା ଅଂଚଳରେ ଯମୁନା ନଦୀ ମଝିରେ ଏକ ଡଙ୍ଗା ବୁଡ଼ିଯାଇଛି । ଡଙ୍ଗାରେ ୩୦ ରୁ ଅଧିକ ଲୋକ ଥିଲେ । ୮ ଜଣ ଲୋକ କୌଣସି ପ୍ରକାରେ ନିଜକୁ ରକ୍ଷା କରିପାରିଛନ୍ତି । ଡଙ୍ଗା ଏବଂ ବାକି ଲୋକଙ୍କୁ ଉଦ୍ଧାର କରାଯାଉଛି । ବଞ୍ଚିଥିବା ଲୋକଙ୍କ କହିବା ଅନୁଯାୟୀ ଡଙ୍ଗାରେ ଥିବା ଅନ୍ୟ ସମସ୍ତଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ।ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ ଟିମ୍ ସହିତ ସ୍ଥାନୀୟ ଲୋକ ମାନଙ୍କୁ ନିୟୋଜିତ କରାଯାଇଛି । ୪ ଜଣଙ୍କ ମୃତଦେହ ମିଳିଛି । କୁହାଯାଉଛି ଯେ ରକ୍ଷାବନ୍ଧନ ପାଇଁ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଡଙ୍ଗାରେ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଏହି ଦୁର୍ଘଟଣାର ସୂଚନା ଦେଇଛନ୍ତି । ମାର୍କା ଠାରୁ ଫତେହପୁର ଏବଂ ପ୍ରୟାଗରାଜକୁ ଲୋକମାନେ, ଯମୁନା ନଦୀ ପାର ହୋଇଥାନ୍ତି । ଏଥିପାଇଁ ଏକମାତ୍ର ମାଧ୍ୟମ ହେଉଛି ଡଙ୍ଗା । ଏଥିରେ ଗୋଟିଏ ଥରରେ ୩୦ ରୁ ୪୦ ଯାତ୍ରୀଙ୍କୁ ନଦୀ ପାର୍ କରାଯାଏ । ଦିନ ପ୍ରାୟ ୨.୩୦ ସମୟରେ ମାର୍କାରୁ ଏକ ଡଙ୍ଗାରେ ୩୦ ରୁ ଅଧିକ ଲୋକ ଫତେହପୁର ଅଭିମୁଖେ ଯାଉଥିଲେ । ଜଳର ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗା ମଧ୍ୟଭାଗରେ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ବର୍ତ୍ତମାନ ସମସ୍ତ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking