32.1 C
Bhubaneswar
Thursday, March 28, 2024
Homeଓଡିଶାନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷ ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର : ନିର୍ବାଚନରେ ନିୟାଜିତ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସ୍‌ଇସିଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶି ବଢ଼ାଇଲେ ଏସ୍‌ଇସି । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ପୋରଣ ମୃତ୍ୟୁ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମ୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ମିଳିବ ୧୫ ଲକ୍ଷ । ନିର୍ବାଚନ ଡ୍ୟୁଟିରେ ଥାଇ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ମିଳିବ ୭.୫ଲକ୍ଷ । ଡ୍ୟୁଟିରେ ଥାଇ ଗୁରୁତର ଆହତ ହେଲେ ମିଳିବ ୨ ଲକ୍ଷର ଅନୁକମ୍ପା ରାଶି । ଡ୍ୟୁଟିରେ ଥାଇ କୋଭିଡ୍‌ରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ।  ଡ୍ୟୁଟି ସମୟରେ କୋଭିଡ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ୍ ଗାଡ଼ି ଡ୍ରାଇଭାର ଓ ହେଲପର ବି ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking