37.1 C
Bhubaneswar
Thursday, March 28, 2024
Homeଓଡିଶାବିଦ୍ୟାଶ୍ରୀ ଙ୍କ ମା ଓ ଭାଇଙ୍କୁ ଜେରା

ବିଦ୍ୟାଶ୍ରୀ ଙ୍କ ମା ଓ ଭାଇଙ୍କୁ ଜେରା

ଭୁବନେଶ୍ଵର:   ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛିଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜୋର ସୋରରେ କରୁଛି । ଏହାରି ମଧ୍ୟରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିସାରିଛି ଜିଆରପିର ଟିମ୍ । ଏହା ପରେ କଟକ ଖପୁରିଆ ବାସଭବନରେ ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା ଚାଲିଛି । ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ବର୍ତ୍ତମାନ ସମୟରେ ଜିଆରପିର ୪ ଜଣିଆ ଟିମ୍ ଜେରା କରୁଛି ।
ଅନ୍ୟପଠେ ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଗତ ୬ତାରିଖ ଦିନ କୌଣସି ଦୁର୍ଘଟଣା ହୋଇନଥିବା ଲୋକୋ ପାଇଲଟ ବୟାନ ଦେଇଥିଲେ । କୌଣସି ଲୋକ ସେହି ଦିନ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଆସିନଥିଲେ ବୋଲି ସେ କହିଥିଲେ । ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଥିଲେ । ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking