39.1 C
Bhubaneswar
Tuesday, April 23, 2024
Homeଓଡିଶାଏପ୍ରିଲ ୧୫ ଯାଏ ଭୁବନେଶ୍ବର-ମାଲେସିଆ ଏୟାର ଏସିଆ ଉଡ଼ାଣ ବାତିଲ

ଏପ୍ରିଲ ୧୫ ଯାଏ ଭୁବନେଶ୍ବର-ମାଲେସିଆ ଏୟାର ଏସିଆ ଉଡ଼ାଣ ବାତିଲ

ଭୁବନେଶ୍ବର : କରୋନା ଏବେ ସମଗ୍ର ବିଶ୍ବକୁ ଆତଙ୍କିତ କରିଥିବା ବେଳେ ବିମାନ ଯାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଭୁବନେଶ୍ବରରୁ କୁଆଲାଲୁମ୍ପୁରକୁ ଚଳାଚଳ କରୁଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନ ଏୟାର ଏସିଆ ମଙ୍ଗଳବାର ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ବରରୁ ଭାୟା କୋଲକତା ଦେଇ ଚଳାଚଳ କରୁଥିବା ଇଣ୍ଡିଗୋ ମଧ୍ୟ ଦୁଇଦିନ ପୂର୍ବେ ନିଜ ବିମାନକୁ ବାତିଲ କରିଥିଲା । କରୋନା ଭୂତାଣୁ କାୟା ବିସ୍ତାର କରିବା ପରେ ଦେଶ ବିଦେଶକୁ ଯିବା ପାଇଁ ଆଗୁଆ ବୁକିଂ କରିଥିବା ଯାତ୍ରୀ ନିଜ ଟିକଟ ବାତିଲ କରିବା ଆରମ୍ଭ କରିଛନ୍ତି । ଜରୁରୀ ନଥିଲେ ବିଦେଶ ଯାତ୍ରା ଉପରେ ଅଙ୍କୁଶ ଜାରି କରାଯାଇଛି । ଭୁବନେଶ୍ବରରୁ ଏବେ ଏକମାତ୍ର ଅନ୍ତର୍ଜାତୀୟ ବିମାନ ଭାବେ ମାଲେସିଆକୁ ଏୟାର ଏସିଆ ବିମାନ ଚାଲୁଛି । ତେବେ କରୋନା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ମାଲେସିଆ ରହିଛି । ଅଧିକାଂଶ ଲୋକ ବୁଲିବା ପାଇଁ କୁଆଲାଲୁମ୍ପୁର ଯାଉଥିବାରୁ ଏଭଳି ସ୍ଥିତିରେ ସେଠାକୁ ଯିବା ସୁରକ୍ଷିତ ମଣୁ ନାହାନ୍ତି । ଏପରିସ୍ଥଳେ ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ସ୍ଥିତିକୁ ଦେଖି ବୁଧବାର ଠାରୁ ଏପ୍ରିଲ ୧୫ ତାରିଖ ଯାଏ ଏୟାର ଏସିଆ କୁଆଲାଲୁମ୍ପୁର ବିମାନକୁ ବାତିଲ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking