28.1 C
Bhubaneswar
Wednesday, April 24, 2024
Homeଓଡିଶାଅଗ୍ନିବୀର ନିଯୁକ୍ତି ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

ଅଗ୍ନିବୀର ନିଯୁକ୍ତି ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର : ନରେନ୍ଦ୍ର ମୋଦି ସରକାରର ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ ଆନ୍ଦୋଳନ ଭୁବନେଶ୍ୱର ସର୍କିଟ ହାଉସ ଛକରେ କରାଯାଇଥିଲା । ଏହି ସତ୍ୟାଗ୍ରହ ଦିନ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ କରାଯାଇଥିଲା । କେନ୍ଦ୍ର ସରକାର ଭାରତ ବର୍ଷର ସେନାବାହିନୀକୁ ଦୁର୍ବଳ କରିଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ରଚନା କରିଛନ୍ତି ଅତ୍ୟନ୍ତ ଚିନ୍ତାଜନକ ଓ ସଂପୂର୍ଣ୍ଣ ଦେଶସ୍ୱାର୍ଥ ବିରୋଧରେ । ଓଡ଼ିଶାର ବହୁ ଗ୍ରାମାଂଚଳରେ ବହୁ ଯୁବକ ଯୁବତୀ ମାନେ ଜୀବନରେ ଏକ ସ୍ୱପ୍ନ ଦେଖିଥାନ୍ତି ଯେ ସେମାନେ କିପରି ସେନାବାହିନୀରେ ଯୋଗଦାନ କରି ଦେଶମାତୃକାର ସେବା କରିବେ ଏବଂ ଆବଶ୍ୟକତା ପଡ଼ିଲେ ଦେଶ ପାଇଁ ଜୀବନ ଦେବେ । କିନ୍ତୁ ଅତି ଦୁର୍ଭାଗ୍ୟର କଥା ଅଗ୍ନିବୀର ମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଏହି ନିଯୁକ୍ତି ଏକ ଠିକା ନିଯୁକ୍ତି ଅଟେ । ଯଦ୍ୱାରା ଭାରତ ବର୍ଷର ଯୁବକ ଯୁବତୀ ମାନଙ୍କର ଆଶା ଭାଙ୍ଗିପଡ଼ିବ ଏବଂ ସେମାନେ ମାନସିକ ସ୍ତରରେ ଜଣେ ବୀର ସୈନିକ ହିସାବରେ ପ୍ରସ୍ତୁତ ହୋଇ ପାରିବେ ନାହିଁ । ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ୭୫ ଭାଗ ଲୋକଙ୍କୁ ନିଜ ନିଯୁକ୍ତି ହରାଇବାକୁ ପଡ଼ିବ । ଯଦି ଏତେ ପରିମାଣର ବୀର ସୈନିକ ମାନେ ନିଯୁକ୍ତି ହରାଇବେ ତାହାହେଲେ ସେମାନଙ୍କୁ କିଭଳି ଭାବରେ ଏବଂ କେଉଁ କ୍ଷେତ୍ରରେ ନିଯୁକ୍ତି କରାଯିବ । ଯେଉଁମାନେ ଦେଶପାଇଁ ବଳିଦାନ ଦେବେ ଯଦି ସେମାନଙ୍କ ଭବିଷ୍ୟତକୁ ଆମେ ସୁରକ୍ଷିତ ରଖିପାରିବା ନାହିଁ ତାହାହେଲେ ଦେଶର ଗତି କୁଆଡ଼େ । ଦେଶର ସୁରକ୍ଷାକାରୀଙ୍କୁ କାହିଁକି ଆଜି ଅନିଶ୍ଚିତତା ମଧ୍ୟକୁ ଠେଲି ଦିଆଯାଉଛି । ଭାରତ ବର୍ଷର ସୈନିକ ମାନଙ୍କୁ ପେନସନ ଦେବାକୁ କଂଗ୍ରେସ ଆର୍ଥିକ ବୋଝ ବୋଲି କେବେ ବିଚାର କରେ ନାହିଁ ।

ଏଭଳି ଏକ ତ୍ରୁଟିପୂର୍ଣ୍ଣ ତଥା ଷଡ଼ଯନ୍ତ୍ରପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ଦେଶ ଭିତରେ ଭାରତ ବର୍ଷର ଯୁବକ ଯୁବତୀ ମାନଙ୍କୁ ସ୍ୱାର୍ଥ ଉଦ୍ଦେଶ୍ୟରେ ଦେଶର ସୈନ୍ୟବାହିନୀଙ୍କର ଭବିଷ୍ୟତକୁ ସ୍ଥିର ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ଦାଶ ତଥା ବହୁ ନେତୃବର୍ଗ ମତ ପ୍ରକାଶ କରିଥିଲେ । ଏହି ସତ୍ୟାଗ୍ରହ ଆନ୍ଦୋଳନରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରାଜୀବ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ରଶ୍ମି ମହାପାତ୍ର, ମାନସ ଆଚାର୍ଯ୍ୟ, ଗୀତାଞ୍ଜଳି ମହାନ୍ତି, ରଜନୀ ମହାନ୍ତି, ଜାନକୀ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଶ୍ରୀଧର ବଳିଆର ସିଂ, ଅନୁୱର ଖାନ, ଇନ୍ଦ୍ରଜିତ ପରିଡ଼ା, ସେକ୍ ଆଫତାବ ଅଲ୍ଲି, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ଶ୍ରୀୟା ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଯୋଗୀନାଥ ବାହୁ ବଳେନ୍ଦ୍ର, ତରୁଣ ମିଶ୍ର, ଶତୃଘ୍ନ ବେହେରା, ଲୁଲୁ ଏହମ୍ମଦ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ପୁଷ୍ପିତା ଦାଶ, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ମାନଓ ସେଠୀ, ଶୁଭ୍ରଜ୍ୟୋତି ଲେଙ୍କା, ସୂର୍ଯ୍ୟକାନ୍ତ ଜେନା, ଶିବା ରେଡି, ଦେଓ ପ୍ରସାଦ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ଲକ୍ଷ୍ମୀପ୍ରିୟା ଦାସ, ଅକ୍ଷୟ ମହାନ୍ତି, ମାମିନା ବେହେରା, ମୀନତୀ ସାହୁ,ପ୍ରଭାତ ପ୍ରତାପସିଂ, ପ୍ରମୋଦ ପରିଡ଼ା, ଉମେଶ ଦାସ, ସଂଜୟ ପରିଡ଼ା, ଶଙ୍କର ନାୟକ, ଦୁଃଶାସନ ଦାସ, ସ୍ୱାଧୀନବାଳା ଦାସ, ମନୋଜ ସାହୁ, ରାଜୀବ ଲୋଚନ ଜେନା, ରାଜକିଶୋର ବାରିକ, ପ୍ରଦୀପ ମହାପାତ୍ର, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking