26.7 C
Bhubaneswar
Friday, April 19, 2024
Homeଓଡିଶାଏକାମ୍ର କ୍ଷେତ୍ରରୁ ଜାତୀୟ କୀର୍ତିରାଜି ପ୍ରାଧିକରଣ ଅଧିନିୟମ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର...

ଏକାମ୍ର କ୍ଷେତ୍ରରୁ ଜାତୀୟ କୀର୍ତିରାଜି ପ୍ରାଧିକରଣ ଅଧିନିୟମ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ରଂଜିତ ପାତ୍ରଙ୍କ ନେତୃତ୍ୱରେ
ଏକାମ୍ର କ୍ଷେତ୍ରରୁ ଜାତୀୟ କିର୍ତୀରାଜି ପ୍ରାଧିକରଣ ଅଧିନିୟମ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ
କରାଯାଇଥିଲା । କଂଗ୍ରେସ ଭବନରୁ ଏକ ବିଶାଳ ରାଲି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ
ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରାଧିକରଣ ବାଇ-ଲ ଲାଗୁ କରିଥିବା ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ କୁଶପୁତଳିକା ସେଠାରେ ଦାହ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଥିଲେ ଯେ ଜାତୀୟ ଏପ୍ରତୀୟ ପ୍ରାଧିକରଣ ବାଇଲ ପୁରୀ ଶ୍ରୀମନ୍ଦିରରୁ ପ୍ରତ୍ୟାହାର
ହେଲା । ମାତ୍ର ଏକାମ୍ର କ୍ଷେତ୍ରପାଇଁ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଏହା ଏକାମ୍ର କ୍ଷେତ୍ରପାଇଁ
ଶକ୍ତ ଧକ୍‌କା । ଶ୍ରୀ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଏ ସମସ୍ତ ମନ୍ଦିରକୁ ବାଇଲ
କଟକଣାରୁ ମୁକ୍ତ କରାଯାଉ । ଏହାର ଚାରିପଟେ ପୁନରୁଦ୍ଧାର, ମରାମତି ଓ ବିକାଶ ମୂଳକ କାର୍ଯ୍ୟ ଓ
ସୌନ୍ଦର୍ଯ୍ୟକରଣ କରାଯାଉ । ଏହି ବାଇ-ଲ ବଳବତର ହେଲେ ଏଠାକାର ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ
ହେବ । ଏକାମ୍ର କ୍ଷେତ୍ରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାଟକବାଜୀ କରୁଛନ୍ତି, କୁମ୍ଭୀରକାନ୍ଦଣା
କାନ୍ଦୁଛନ୍ତି । ମୋଦି-ନବୀନ ସବୁ ନୀତି ନିଷ୍ପତିରେ ଏକ । ମାତ୍ର ଲିଙ୍ଗରାଜ କ୍ଷେତ୍ରପାଇଁ ଏକ ନହେବା ଆଶ୍ଚର୍ଯ୍ୟର
ବିଷୟ । ବିଜେଡି-ବିଜେପି କଳିରେ ଲିଙ୍ଗରାଜ କ୍ଷେତ୍ର ବଳି ପଡୁଛି । ବାଇ-ଲ ଲାଗୁହେଲେ ଅନେକ ନିର୍ମାଣ
କାର୍ଯ୍ୟରେ ରୋକ ଲାଗିବ । ଲିଙ୍ଗରାଜ ମନ୍ଦିର ଚାରିପାଖରେ ଚାଲିଥିବା ବିକାଶ ମୁଳକ କାର୍ଯ୍ୟ ମଧ୍ୟ ବନ୍ଦ ହେବ ।
ରାସ୍ତା ନିର୍ମାଣ, ଭଜନ ମଣ୍ଡପ, ପ୍ଲାଜା ଯେକୌଣସି କାର୍ଯ୍ୟର ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ । କେନ୍ଦ୍ରମନ୍ତ୍ରୀ
ପ୍ରହ୍ଲାଦ ସିଂ ପଟେଲ ଶ୍ରୀମନ୍ଦିରକୁ ଜୀବନ୍ତ ଐତିହ୍ୟ କହି ବାଇଲ ପ୍ରତ୍ୟାହାର କରିଛନ୍ତି । ସେହିଭଳି ଏହି ମନ୍ଦିରଗୁଡିକ
ମଧ୍ୟ ଜୀବନ୍ତ ଐତିହ୍ୟ । ଏହା ସ୍ମାରକୀ ନୁହଁ । ଏଣୁ ଏମ୍‌.ଏନ୍‌.ଏ ଚିଠାରୁ ତୁରନ୍ତ ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର
ମନ୍ଦିର, ଅନନ୍ତବାସୁଦେବ ମନ୍ଦିର ପ୍ରଭୃତି ପ୍ରତ୍ୟାହାର ନହେଲେ ଗଣ ବିକ୍ଷୋଭ ଆରମ୍ଭ ହେବ । ବିଜେପିର
କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶା ମାଟିରେ ଜୋରଦାର ବିରୋଧ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ ଯୁବ କଂଗ୍ରେସ
ଉପସଭାପତି ରାଜୀବ ପଟ୍ଟନାୟକ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ମନୋରଞ୍ଜନ ଦାଶ,
ବିଶ୍ୱଜିତ୍ ଦାସ, ମନୋଜ ମହାପାତ୍ର, ସଂକୁନା କହଁର, ଗୋପନ ମାର୍ଥା, ବାଦଲ ମହାନ୍ତି, ବିଶ୍ୱରଞ୍ଜନ ଦାସ, ସୁରଜ
ରାଉତ, ବଟକୃଷ୍ଣ ରାଉତରାୟ, ଗୌତମ ଦାସ, ବାବୁ ଜେନା, ଲୋକନାଥ ଦାସ, ପ୍ରତ୍ୟୁଷ ମହାନ୍ତି, ସୁବ୍ରତ
ମହାପାତ୍ର, ସାମ୍‌ସନ ଦାସ, ଅବିନାଶ ନନ୍ଦ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ଦେବୀପ୍ରସାଦ
ବାହାଲିଆ, ମନୋଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking