31.1 C
Bhubaneswar
Friday, March 29, 2024
Homeଓଡିଶାବଦଳିବେ ଭୁବନେଶ୍ୱର ଡିସିପି !

ବଦଳିବେ ଭୁବନେଶ୍ୱର ଡିସିପି !

ଭୁବନେଶ୍ୱର (ଓଏନ୍ଏ) : ଭୁବନେଶ୍ୱର ଡିସିପି ଅନୁପ ସାହୁ ବଦଳିବେ | ଏଭଳି ଏକ ସୂଚନା ସରକାରୀ ସ୍ତରରୁ ମିଲିଛି | ରାଜ୍ୟ ସରକାର ଶନିବାର କିଛି ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି | ଏଥିରେ ବହୁ ଆଏପିଏସ ଅଫିସର ଉଚ୍ଚ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି | ଏଥିରେ ୨୦୦୨,୨୦୦୬ ଓ ୨୦୦୭ ବ୍ୟାଚର ଆଇପିଏସ ଅଫିସରମାନଙ୍କୁ ପଦୋନ୍ନତି ଦିଆ ଯାଇଛି | ଏହି ପଦୋନ୍ନତିରେ ଭୁବନେଶ୍ୱର ଡିସିପି ଅମିତ କୁମାର ସ୍ଥାନ ପାଇଛନ୍ତି | ଏଣୁ ଉଚ୍ଚ ପାହ୍ୟାକୁ ପଦୋନ୍ନତି ହୋଇଥିବାରିୁ ସେ ଆଉ ଏସପି ହୋଇ ରହି ପାରିବେ ନାହିଁ | ଯେ ପର୍ଯ୍ୟନ୍ତ ଉଚ୍ଚ ପାହ୍ୟାରେ ଯୋଗ ଦେଇ ନାହାଁନ୍ତି ଯେ ଯାଏଁ ତାଙ୍କ ପଦୋନ୍ନତି କାର୍ଯ୍ୟକାରୀ ହେବନାହିଁ | ଅନୁପଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି | ଭୁବନେଶ୍ୱର ଡିସିପି ହେଉଛି ଏସପି ପାହ୍ୟାର ପଦବୀ | ଏଣୁ ଡିଆଇଜି ଭାବରେ ତାଙ୍କୁ ନିଯୁକ୍ତି ଦେବାକୁ ହେବ | ସେଥିପାଇଁ ଭୁବନେଶ୍ୱର ଡିସିପି ଭାବରେ ସରକାର ଅନ୍ୟ ଅକାରୀଙ୍କୁ ଆଣି ବସାଇବେ | ଅନୁପ ହେଉଛନ୍ତି 2006 ବ୍ୟାଚର ଆଇପିଏସ ଅଫିସର | ଅନୁପଙ୍କ ସହ ଅନିରୁଦ୍ଧ କୁମାର ସିଂଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି |
ସେହିପରି ଅନ୍ୟ ଆଇପିଏସ ଅଫିସରମାନଙ୍କୁ ମଧ୍ୟ ସରକାର ପଦୋନ୍ନତି ଦେଇଛନ୍ତି | ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୯୫ବ୍ୟାଚର ଆଇପିଏସ ରାଧା କୃଷ୍ଣ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହି ବ୍ୟାଚର ଅନ୍ୟତମ ବରିଷ୍ଠ ଅହାଇପିଏସ ରିତୁ ଆରୋରା କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ପ୍ରୋଫର୍ମା ପଦୋନ୍ନତି ପାଇଛନ୍ତି ।
୨୦୦୨ବ୍ୟାଚ ଆଇପିଏସ ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯଇଛି । ସେହପରି ଏହି ବ୍ୟାଚର ଏସ ପ୍ରବୀଣ କୁମାରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁୁ ଆଇଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି ।
୨୦୦୬ ବ୍ୟାଚ ଆଇପିଏସ ଅନିରୁଦ୍ଧ କୁମାର ସିଂ ଓ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏହି ବ୍ୟାଚର ଆଇପିଏସ ଅମିତା ଦାଶ , ଅନୁପ କ୍ରିଷ୍ଣା ଓ ସୁଧା ସିଂଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ହେଲେ ଏମାନେ କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଡିଆଇଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି ।
୨୦୦୭ ବ୍ୟାଚର ଆଇପିଏସ ଏସପି ସାର୍ଥକ ଷଡଙ୍ଗୀ, ଅବିନାଶ କୁମାର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ମଳିଛିି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking