34.1 C
Bhubaneswar
Friday, March 29, 2024
Homeଓଡିଶାପୁଲିସର ନାହିଁ ଲଗାମ, ସୁପର ସ୍ପ୍ରେଡର ପାଲଟିବ ପରିବା ବଜାର

ପୁଲିସର ନାହିଁ ଲଗାମ, ସୁପର ସ୍ପ୍ରେଡର ପାଲଟିବ ପରିବା ବଜାର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସର ପରିବା ବଜାର ଉପରେ ଲଗାମ ନଥିବା ଦେଖିବାକୁ ମିଳିଛି । ଏହି ପରିବା ବଜାରରେ ସାଧାରଣ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏଠାରେ କୋଭିଡ କଟକଣା ପ୍ରତି କାହାର ଦୃଷ୍ଟି ନଥିବା ପରିଲକ୍ଷିତ ହେଉଛି । ଫଳରେ ଏହି ପରିବା ବଜାରଟି ଆଗାମି ଦିନରେ କରୋନା ସଂକ୍ରମଣ ବଢାଇବାରେ ଯଥେଷ୍ଟେ ସହାୟକ ପାଲଟୁଥିବା ବେଳେ ଏହା ସୁପର ସ୍ପ୍ରେଡର ହେବ ବୋଲି କୁହାଯାଉଛି ।

ସୁଚନା ଥାଉକି, ରାଜ୍ୟରେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ୧୪ ଦିନିଆ ଲକ୍‌ଡାଉନର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍‌ର ସ୍ଥିତିରେ ବେଶ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଚାରିଆଡେ ଆଳୁ ଓ ପିଆଜର କଳାବଜାରୀ ଦେଖିବାକୁ ମିଳୁଛି । କିନ୍ତୁ ଏସିଆ ମହାଦେଶର ସବୁଠାରୁ ବଡଗ୍ରାମ ଢେଙ୍କାନାଳ ଜିଲ୍ଲାର ଏହି ଭୁବନ ଅଚଂଳରେ ପରିବାର ଦର ନିୟନ୍ତ୍ରଣ ଧିନ ରହିଛି । ଭୁବନ ପରିବା ବଜାରରେ ଆଳୁ କିଗ୍ରା ପ୍ରତି ୧୫ ଟଙ୍କା ଥିବା ବେଳେ ପିଆଜ କିଲୋ ପ୍ରତି ୨୦ ରହିଛି । ପରିବା କଳାବଜାରି ପ୍ରତି ପ୍ରଶାସନର ତିକ୍ଷ୍ନ ନଜର ରହିଥିବା ବେଳେ କୋଭିଡ୍ ନିୟମ ମାନୁନଥିବା ଅମାନିଆଁଙ୍କୁ ପୋଲିସ ସାବାଡ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳୁଛି ।

ପୋଲିସ ପ୍ରଶାସନ ତରଫରୁ ଚାରିଆଡେ କଡାକଡି ଭାବେ ଚେକିଂ ଚାଲିଥିବା ବେଳେ ପରିବା ବଜାର ପ୍ରତି ଅଙ୍କୁଶ ନାହିଁ । ଫଳରେ ପରିବା ଦୋକାନ ଓ ବଜାରରେ ଅମାନିଆଁଙ୍କ ବେଶ ଭିଡ ଦେଖିବକୁ ମିଳୁଛି । ଭୁବନ ପରିବା ବଜାରରେ ନାଁ ଅଛି ସମାଜିକ ଦୁରତ୍ୱ ନାଁ ବେପାରି ଓ ଗ୍ରାହକଙ୍କ ମୁହଁରେ ଅଛି ମାସ୍କ । ଫଳରେ ଏହି ପରିବା ବଜାରଟି ସଂକ୍ରମଣ ବଢାଇବାରେ ବେଶ ଆଶଙ୍କା ରହିଛି । କହିବାକୁ ଗଲେ ଭୁବନରେ ଏହି ପରିବା ବଜାର ହି ସୁପର ସ୍ପ୍ରେଡର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking