39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଆଜିଠୁ ଭିତରକନିକାରେ ସ୍ତନ୍ୟପାୟୀ ପ୍ରାଣୀଗଣନା

ଆଜିଠୁ ଭିତରକନିକାରେ ସ୍ତନ୍ୟପାୟୀ ପ୍ରାଣୀଗଣନା

ରାଜନଗର: ଭିତରକନିକା ଅଭୟାରଣ୍ୟ ଓ ରାଜନଗର ବନଖଣ୍ଡରେ ସ୍ତନ୍ୟପାୟୀ ପ୍ରାଣୀଗଣନା। ଆଜିଠାରୁ ଗଣନା ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଗଣନା କନିକା, ରାଜନଗର, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ଆଦି ରେଞ୍ଜରେ ଅନୁଷ୍ଠିତ ହେବ। ବନ କର୍ମଚାରୀମାନେ ଏଥିରେ ସାମିଲ ହୋଇ ଗଣନା କରିବେ। ପାତିମାଙ୍କଡ଼, ବିଲୁଆ, ମାଛରଙ୍କା ବିରାଡ଼ି, ଓଧ, ନେଉଳ, ଠେକୁଆ, ବଣବିରାଡ଼ି, ଚିତା ବିରାଡ଼ି ଆଦି ସ୍ତନ୍ୟପାୟୀ ପ୍ରାଣୀଙ୍କର ଗଣନା କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking