34.1 C
Bhubaneswar
Friday, March 29, 2024
Homeଓଡିଶାଭୀମଟାଙ୍ଗି ପ୍ରିୟଙ୍କା ହତ୍ୟାକାଣ୍ଡ ଘଟଣା : ସିନ୍ଦୂର ଦେଲା, ଜୀବନ ନେଲା

ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟାକାଣ୍ଡ ଘଟଣା : ସିନ୍ଦୂର ଦେଲା, ଜୀବନ ନେଲା

ଭୁବନେଶ୍ୱର:  ସରିଲା ପ୍ରେମ ଓ ଭୟାନକ ହତ୍ୟାକାଣ୍ଡର କାହାଣୀ । ଆଉ ଉଜୁଡିଗଲା ହସଖୁସିର ଗୋଟେ ସଂସାର । ନିଜ ୧୦ବର୍ଷର ପ୍ରେମକାହାଣୀରେ ପୂର୍ଣ୍ଣଛେଦ ପକାଇଲା ଜଗନ୍ନାଥ । ହସ୍ପିଟାଲରୁ ସୁସ୍ଥ ହୋଇ ପୋଲିସ ଆଗରେ ନିଜ ଅପରାଧ ମାନିଲା । ଘଟଣାଦିନ ପ୍ରିୟଙ୍କାଙ୍କୁ ପ୍ରଥମେ ସିନ୍ଦୂର ପିନ୍ଧାଇଥିଲା । ପରେ ଜୀବନ ନେଇଥିଲା ବୋଲି ସେ ପୋଲିସ  ଆଗରେ ବଖାଣିଲା । ଶେଷରେ ନିଜ ପାପକର୍ମର ସଜ୍ଜା କାଟିବା ପାଇଁ ଜେଲ୍ ଗଲା ଜଗନ୍ନାଥ ।

ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବୁଧବାର ଜେଲ୍ ଯାଇଛି । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ସେ ପ୍ରାୟ ୨ ସପ୍ତାହ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ହେବା ପରେ କମିଶନରେଟ୍ ପୋଲିସ ମଙ୍ଗଳବାର ରାତିରେ ଜଗନ୍ନାଥକୁ ଥାନାକୁ ଆଣି ଜେରା କରିଥିଲା । ୩ଜଣିଆ ପୋଲିସ ଟିମ୍ ତାକୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ । ଯେଉଁଥିରେ ୨ଜଣ ଏସିପି ଓ ଜଣେ ଆଇଆଇସି ସାମିଲ୍ ଥିଲେ । ଏହି ସମୟରେ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି । ଏହାସହ ଘଟଣାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମସ୍ତ କଥା କହିଥିବା ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଗନ୍ନାଥ ହତ୍ୟା ଘଟଣାର ୪ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସହ ଏକ ଆତ୍ମହତ୍ୟା ଚିଠି ଲେଖିଥିଲା । ପରେ ଚିଠିକୁ ପକେଟ୍‌ରେ ରଖି ବୁଲୁଥିଲା । ଏମିତିକି ପ୍ରିୟଙ୍କାଙ୍କ ନିକଟକୁ ଆସିବା ସମୟରେ କୁନିପୁଅ ପାଇଁ ଚକୋଲେଟ୍‌, ମୃଦ୍ୟୁପାନୀୟ, ସିନ୍ଦୂର, ଛୁରି, ବିଷ ଧରି ଆସିଥିଲା ।

ସୂଚନା ଅନୁଯାୟୀ, ମୃତକ ପ୍ରିୟଙ୍କାଙ୍କ ଘର ଯାଜପୁର ହୋଇଥିବାବେଳେ ବାହାଘର ପରେ ସେ ସ୍ୱାମୀଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ । ଗତ ୫ତାରିଖ ଦିନ ଯାଜପୁର ବଡ଼ମଙ୍ଗଳପୁରର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରିୟଙ୍କା ରହୁଥିବା ଘରେ ପସି ତାଙ୍କ ବେକ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କ ସ୍ୱାମୀଙ୍କ ନିକଟକୁ ଭିଡ଼ିଓ କଲ୍ କରିଥିଲେ । ତେବେ ସେ କଲ୍ ନଉଠାଇବାରୁ ତାଙ୍କୁ ପ୍ରିୟଙ୍କାଙ୍କର ରକ୍ତାକ୍ତ ମୃତଦେହ ଫଟୋ ପଠାଇଥିଲେ । ଏହାପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପୋଲିସ  ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଜବତ କରିବା ସହ ଜଗନ୍ନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ ପଠାଇଥିଲା। ତେବେ ପ୍ରିୟଙ୍କାଙ୍କୁ ସେ ଭଲ ପାଉଥିଲେ ଓ କିଛିଦିନ ହେବ ତାଙ୍କ ସହ ତିକ୍ତତା ଥିବାରୁ ଇର୍ଷାପରାୟଣ ହୋଇ ହତ୍ୟା କରିଥିବା ଜଗନ୍ନାଥ ପୋଲିସ ଆଗରେ କହିଥିଲେ । ଏଥିସହିତ ଘଟଣାସ୍ଥଳରୁ ଜଗନ୍ନାଥଙ୍କ ହାତ ଲେଖା ଏକ ସୁଇସାଇଡ୍ ନୋଟ୍ ପୋଲିସକୁ ମିଳିଥିଲା । ଯେଉଁଥିରୁ ସେ ପ୍ରିୟଙ୍କା ଓ ତାଙ୍କ ୩ବର୍ଷର ଶିଶୁପୁତ୍ରଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖିଥିଲେ । ତେବେ ଜଗନ୍ନାଥ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଏକ ଅସ୍ତ୍ରୋପଚାର ପାଇଁ ତାକୁ ଏମସ୍ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ସୁସ୍ଥ ଘୋଷଣା କରିଥିଲେ । ପରେ ତାକୁ ପୋଲିସ ହତ୍ୟା ବାବଦରେ ଜେରା କରିବା ସହ ବୁଧବାର କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।

୪ଦିନ ପୂର୍ବରୁ ମାରିବାକୁ ଯୋଜନା
ଜଗନ୍ନାଥ ପ୍ରିୟଙ୍କାଙ୍କୁ ବହୁତ ଭଲ ପାଉଥିଲେ । ବାହାଘର ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ଗତବର୍ଷ ଲକ୍‌ଡାଉନରେ ସେ ପ୍ରିୟଙ୍କାଙ୍କ ସହ ପୁଣିଥରେ କଥା ହେବା ଆରମ୍ଭ କରିଦେଇଥିଲେ । ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ତିକ୍ତତା ସୃଷ୍ଟି ହୋଇଥିଲା । ଏମିତିକି ଜଗନ୍ନାଥ ପ୍ରିୟଙ୍କାଙ୍କ ପ୍ରେମରେ ପୁରା ବିଚଳିତ ହୋଇପଡ଼ିଥିଲେ। ହତ୍ୟା ଘଟଣାର ୪ଦିନ ପୂର୍ବରୁ ସେ ଏକ ଚିଠି ଲେଖିବା ସହ ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅକୁ ହତ୍ୟା କରିବେ ବୋଲି ସେଥିରେ ଉଲ୍ଲେଖ କରିଥିଲେ । ଘଟଣା ଦିନ ପ୍ରିୟଙ୍କାଙ୍କ ଘରେ ପହଞ୍ଚି ତାଙ୍କୁ ତାଙ୍କ ସହିତ ଚାଲିଆସି ବାହାହେବାକୁ କହିଥିଲେ । ଉଭୟ ବାହା ହୋଇ ଫେରାର୍ ହୋଇଯିବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ । ପ୍ରିୟଙ୍କା ତାଙ୍କ କଥାରେ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୋଜନା ମୁତାବକ ଜଗନ୍ନାଥ ଜୋର ଜବରଦସ୍ତି ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ସହ ସାଥିରେ ଆଣିଥିବା  ଏକ ଛୁରୀରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ ।

ବାଥରୁମ୍‌ରେ ଲୁଚିଥିଲେ ଜଗନ୍ନାଥ
ଘଟଣା ଦିନ ପ୍ରିୟଙ୍କାଙ୍କ ଇଚ୍ଛାରେ ଜଗନ୍ନାଥ ଘରକୁ ପ୍ରବେଶ କରିଥିଲେ । ଏତିକିବେଳେ ପ୍ରିୟଙ୍କାଙ୍କ ପାଖରେ ତାଙ୍କର ୩ବର୍ଷର ଶିଶୁପୁତ୍ର ମଧ୍ୟ ଥିଲେ । ଜଗନ୍ନାଥଙ୍କ ମନରେ ଉଭୟଙ୍କୁ ହତ୍ୟା କରିବା ନେଇ ଯୋଜନା ଚାଲିଥିବାବେଳେ ଉପରେ ମହଲାରେ ରହୁଥିବା ଘରମାଲିକ ଦହିବରା ଦେବାକୁ ହଠାତ୍ ପ୍ରିୟଙ୍କାଙ୍କ ଘରକୁ ଆସିଯାଇଥିଲେ । ଘରମାଲିକ ଆସିବା ଦେଖି ଅଭିଯୁକ୍ତ ଜଗନ୍ନାଥ ବାଥରୁମ୍‌ରେ ଲୁଚି ପଡ଼ିଥିଲେ । ଏହି ସମୟରେ ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ ଛୁଆଟିକୁ ଖେଳାଇବା ପାଇଁ ନିଜ ସାଥିରେ ଉପର ମହଲାକୁ ନେଇ ଯାଇଥିଲେ । ଯେଉଁଥିପାଇଁ ଛୁଆଟିର ଜୀବନ ବର୍ତ୍ତିଯାଇଥିଲା ।

ହତ୍ୟା ପୂର୍ବରୁ ସେଲ୍ଫି
ଅଭିଯୁକ୍ତ ଜଗନ୍ନାଥ ଯୋଜନା ମୁତାବକ ପ୍ରିୟଙ୍କାଙ୍କ ପୁଅ ପାଇଁ ସାଥିରେ ଚକୋଲେଟ୍ ଓ କୁର୍‌କୁରେ ଆଣିଥିଲେ । ଘରେ ପହଞ୍ଚି ପ୍ରିୟଙ୍କାଙ୍କ ସହ କିଛି ସମୟ ସ୍ମୃତିକୁ ମନେପକାଇଥିଲେ । ଏହାପରେ ଜଗନ୍ନାଥ ପ୍ରିୟଙ୍କାଙ୍କ ପୁଅଙ୍କୁ ଚକୋଲେଟ୍ ଦେଇ କୋଳେଇଥିଲେ । ପରେ ପ୍ରିୟଙ୍କା ଓ ତାଙ୍କ ପୁଅଙ୍କ ସହ ସେ ସେଲ୍ଫି ଉଠାଇଥିଲେ । ତେବେ ପ୍ରିୟଙ୍କାଙ୍କ ଓ ଜଗନ୍ନାଥଙ୍କ ମଧ୍ୟରେ ଝଗଡା ହେବା ପୂର୍ବରୁ ଘରମାଲିକ ଆସି ଛୁଆଟିକୁ ତାଙ୍କ ସହ ନେଇଯାଇଥିଲେ ।

ପ୍ରେମକୁ ପାଇବାର ନିଶା ଘାରିଥିଲା
ପ୍ରିୟଙ୍କାଙ୍କୁ ପାଇବା ଆଶା ଜଗନ୍ନାଥଙ୍କ ମନରେ ଘାରିଥିଲା ।ପ୍ରିୟଙ୍କାଙ୍କ ବାହାଘର ପରେ ମଧ୍ୟ ସେ ତାଙ୍କୁ ନିଜର କରିବାକୁ ଚାହୁଁଥିଲା । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ସୃଷ୍ଟି ହୋଇଥିଲା । ଏହାପରେ ଜଗନ୍ନାଥ ପ୍ରତିଷୋଧ ନେବାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ତେବେ ହତ୍ୟା ଘଟଣାର ପୂର୍ବଦିନ ଜଗନ୍ନାଥ ଭଲରେ ଶୋଇପାରିନଥିଲେ । କେମିତି ସେ ପ୍ରିୟଙ୍କାଙ୍କ ଘରକୁ ଯିବେ, ସେ କଥା ଭାବିଭାବି ନିଦ ହୋଇନଥିଲା । ଘଟଣା ଦିନ ନିଜ ପରିବାରଲୋକଙ୍କ ହ୍ୱାଟସ୍‌ଆପ ଗ୍ରୁପରେ ପ୍ରିୟଙ୍କା ତାଙ୍କ ଜୀବନ ନଷ୍ଟ କରିଦେଇଛି ବୋଲି ଲେଖିଥିଲେ । ଏହାସହ ସେ ଆଉ ବଞ୍ଚିବାକୁ ଚାହୁଁନଥିବା ଫ୍ୟାମିଲି ହ୍ୱାଟ୍ସଆପ୍ ଗୃପ୍‌ରେ ଲେଖି ଭୁବନେଶ୍ୱର ପଳାଇ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking