ଆକର୍ଷଣିୟ ହେବ ପର୍ଯ୍ୟଟନ କ୍ଷେତ୍ର ଭୀମ ପାହାଡ ମନ୍ତ୍ରୀ ଜ୍ୟୋତିପ୍ରକାଶ ଓ ନରସିଂହଙ୍କ ପରିଦର୍ଶନ

ବଲାଙ୍ଗିର,(ଦେବାଶିଷ ମିଶ୍ର) – ଆଜି ଅପରାହ୍ନରେ ବଲାଙ୍ଗିର ନିର୍ବାଚନ ମଣ୍ଡଳିର ଦେଓଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପଂଚାୟତ ସ୍ଥିତ ପଂଚାୟତର ପର୍ଯ୍ୟଟନ ସ୍ଥଳି ଭିମବାହାଡକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସଂସ୍କୃତି, ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନରେ ଯାଇଥିଲେ । ପର୍ଯ୍ୟଟନ ସ୍ଥଳି ଘୋଷଣା ହେବା ଦିନଠାରୁ ଭିମ ପାହାଡରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କେତେ ଦୂର ହୋଇଛି ଏବଂ ଆଗାମୀ ଦିନରେ ଏହାକୁ ନେଇ ଆଉ କେଉଁ କେଉଁ ଯୋଜନା ପରିକଳ୍ପନା କରାଯିବ ସେଇ ଉପରେ ସବିଶେଷ ଆଲୋଚନା ହୋଇଥିଲା ।

ଓ.ଟି.ଡି.ସି. ଏବଂ ଜଙ୍ଗଲ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକର ବାବଦରେ ଆଲୋଚନା ହେବା ସହ ଓଟିଡିସି ଦ୍ୱାରା ନିର୍ମାଣ ହେଉଥିବା ଅତିଥି ଭବନର ନିର୍ମାଣର ମନ୍ଥରତାକୁ ନେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ବିରଳ ୬୨ଟି ଗୁମ୍ପା ଥିବା ଭିମ ପାହାଡର ମୁଖ୍ୟ ଗୁମ୍ପାକୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ସମସ୍ତ ପାହାଚ ଚଢି ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଏହାର ଐତିହାସିକ ପୃଷ୍ଠଭୂମି, ଲୋକକଥା ତଥା ଏଠାରେ ମିଳିଥିବା ପୁରାତନ କାଳର କିଛି ଅସ୍ତ୍ର ଶସ୍ତ୍ର, ଶିଳାଲିପି ଉପରେ ଆଲୋଚନା କରିଥିଲେ । ପରେ ପାହାଡର ପୃଷ୍ଠ ଦେଶରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମାନ୍ୟବର ମନ୍ତ୍ରୀ, ବିଧାୟକ, ଲୋକଙ୍କ ଦାବି ମୁତାବକ ସୁୁଲିଆ ପିଠକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କଣ କଣ କରାଯିବ ତାର ଉପରେ ଆଲୋଚନା ହୋଇଥିଲା । ବିଶେଷକରି ସୁଲିଆ ପିଠରେ ବିଶେଷ ଜନସମାଗମ ହେଉଥିବାରୁ ସେଠାରେ ପିଇବା ପାଣି, ବିଜୁଳି, ପୀଠ ତଥା ମହୋତ୍ସବ ସ୍ଥଳିକୁ ରାସ୍ତା ସହ ସେଠାରେ ଥିବା ଏକ ବିଶାଳ ପୋଖରୀ ସୌନ୍ଦର୍ଯିକରଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା । ଉପସ୍ଥିତ ଥିବା ଜଙ୍ଗଲ ବିଭାଗର ରେଞ୍ଜ ଅଧିକାରୀ ଭୀମ ପାହାଡରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ପାଣିଟାଙ୍କି, ପାହାଡ ଉପରକୁ ବିଜୁଳି ତଥା ପର୍ଯ୍ୟଟକମାନେ ଗୁମ୍ଫାମାନଙ୍କୁ ଯେପରି ଲୋକ ଅନାୟସରେ ଦେଖି ଯାଇପାରିବେ ସେଥି ପାଇଁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜିର ଏହି ଗସ୍ତ ସମୟରେ ଗଙ୍ଗଲ ବିଭାଗ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ ଏବଂ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ଓଡିଶାର ବରିଷ୍ଠ ସାମ୍ବାଦିକ ଭବାନି ତ୍ରିପାଠିଙ୍କ ସହ ମୁକୁନ୍ଦପୁର ତଥା ଆଖ ପାଖ ଅଂଚଳର ସହସ୍ରାଧିକ ଲୋକ ଉପସ୍ଥିତ ଥିଲେ ।