31.1 C
Bhubaneswar
Friday, March 29, 2024
Homeଖେଳଭାବିନା ପଟେଲଙ୍କୁ ୩ କୋଟି

ଭାବିନା ପଟେଲଙ୍କୁ ୩ କୋଟି

ନୂଆଦିଲ୍ଲୀ : ପାରାଅଲମ୍ପିକ୍ସ ରୌପ୍ୟ ବିଜେତା ଭାବିନାଙ୍କୁ ୩କୋଟିର ପୁରସ୍କାର ଘୋଷରା କରାଯାଇଛି । ପୁରସ୍କାର ଘୋଷରା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ପ୍ରତମ ଭାରତୀୟ ଭାବେ ଭାବିନା ପରାଅଲମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି । ଭାରତର ଅହମ୍ମଦାବାଦ ଝିଅ ଭାବିନା ପଟେଲ ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ଦେଶପାଇଁ ରୂପା ପଦକ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପ୍ରେରଣାଦାୟକ ଏବଂ ଆଗକୁ ଯୁବପିଢିଙ୍କୁ କ୍ରୀଡା ଆଡକୁ ଆକର୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରକାଶ ଥାଉ କି, ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥିଲେ। ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ରହି ରୌପ୍ୟ ପଦକ ଜିତିଛନ୍ତି ଭାବିନା। ପ୍ରଥମ ଥର ପାଇଁ ପାରାଆଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପଟେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଆଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking