29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରାଉରକେଲାରେ ଭାରତ ବନ୍ଦ ସଫଳ

ରାଉରକେଲାରେ ଭାରତ ବନ୍ଦ ସଫଳ

ରାଉରକେଲା: ଆଜି୨୪ ଘଂଟିଆ ଭାରତ ବନ୍ଦର ମିଶ୍ରିତ ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧି ନୀତି ବିରୋଧରେ ସିଆଇଟିୟୁ ସମେତ ୧୦ଟି କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ମିଳିତ ଭାବେ ସର୍ବଭାରତୀୟ ଧର୍ମଘଟରେ ସାମିଲ ହୋଇଥିଲେ । ଦକ୍ଷିଣ ରାଉରକେଲାରେ ଥିବା ପେଟ୍ରୋଲ ପମ୍ପ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଦୁଇ ଚକିଆ ମୋଟରଯାନ ଚଳାଚଳ କାଁଭାଁ ଚଳାଚଳ କରୁଥିଲେହେଁ, ଚାରିଚକିଆ ଭାରୀଯାନ ଯେପରି ଟ୍ରକ, ଟ୍ରଲର, ଡମ୍ପର ତଥା ଯାତ୍ରୀବାହୀ ବସର ଚକା ଗଡ଼ି ନଥିଲା । ସେହିଭଳି କାଁ ଭାଁ ଯାତ୍ରାବାହୀ ଅଟୋ ଚଳାଚଳ କରୁଥିଲା । ଜାତୀୟ ରାଜପଥ ଏକପ୍ରକାର ଶୂନଶାନ ହୋଇ ପଡ଼ିଥିଲା । ରାଉରକେଲରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ, କିଛି ଦୋକାନ ଖୋଲା ରହିଥିଲା । ସେହିପରି ଜାତୀୟକରଣ ବ୍ୟାଙ୍କ ଆଦି ବନ୍ଦ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking