28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ ଡାକରା

ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡରେ ସବୁ ସ୍କୁଲ ବନ୍ଦ ରଖିଛନ୍ତି ସରକାର । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶ ଭିତରେ ହିଂସକାଣ୍ଡ ଭିଆଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୮୦୪ ଅଭିଯୁକ୍ତ ଗିରଫ ହେଲେଣି । ଏ ସଂକ୍ରାନ୍ତରେ ଜୁନ ୧୬ ତାରିଖରୁ ୧୮ ତାରିଖ ମଧ୍ୟରେ ୧୪୫ ଟି ମାମଲା ରୁଜୁ ହୋଇଛି । ହିଂସାକୁ ରୋକାଯିବା ଲାଗି ବିହାରରେ ୧୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ସ୍କିମ୍‌କୁ ବିରୋଧ କରି ସାରା ଦେଶରେ ହଙ୍ଗାମା ଚାଲିଥିବା ବେଳେ, ଗତକାଲି ଆନ୍ଦୋଳନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ହିଂସାକାଣ୍ଡରେ ସାମିଲ ଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ । ତିନିସେନାରେ ଖୁବ୍‌ଶୀଘ୍ର ଆରମ୍ଭ ହୋଇଯିବ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା । ଆର୍ମି ପାଇଁ ପାଇଁ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking