40.1 C
Bhubaneswar
Wednesday, April 24, 2024
Homeଓଡିଶାବହୁଜନ କ୍ରାନ୍ତିମୋର୍ଚ୍ଚା, ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କର ସି.ଏ.ଏ., ଏନ୍‌.ଆର.ସି. ଏବଂ ଏନ୍‌.ପି.ଆର ବିରୁଦ୍ଧରେ ୨୯...

ବହୁଜନ କ୍ରାନ୍ତିମୋର୍ଚ୍ଚା, ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କର ସି.ଏ.ଏ., ଏନ୍‌.ଆର.ସି. ଏବଂ ଏନ୍‌.ପି.ଆର ବିରୁଦ୍ଧରେ ୨୯ ରେ “ଭାରତ ବନ୍ଦ” ଡାକରା

ଭୁବନେଶ୍ୱର : ଦେଶର ବେକାରୀ ସମସ୍ୟା, କୃଷକ ଆତ୍ମହତ୍ୟା, ନାରୀ ନିର୍ଯ୍ୟାତନା, ଓବିସି ମାନଙ୍କ ଜାତିଭିତ୍ତିକ ଜନଗଣନାକୁ ଅଣଦେଖା କରି ଇଭିଏମ୍ ସରକାର ଦେଶରେ ସି.ଏ.ଏ., ଏନ୍‌.ଆର.ସି. ଏବଂ ଏନ୍‌.ପି.ଆର ଭଳି କଳା ଆଇନ୍ ଆଣି ଭୋଟ ଦେବା ଅଧିକାରରୁ ବଞ୍ଚିତ କରିବାକୁ ଯାଉଛି । ଯାହାକୁ ଦେଶରେ ସବୁ ବର୍ଗର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅଣବିଜେପି ରାଜନୈତିକ ଦଳ ମଧ୍ୟ ବିରୋଧ କରୁଛନ୍ତି । ଆସାମରେ ଏନ୍‌.ଆର.ସି. ପାଇଁ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଏସ୍‌.ସି./ଏସ୍‌.ଟି. ଓ ଓବିସି ଲୋକ ଏବଂ ପାଞ୍ଚଲକ୍ଷରୁ ଅଧିକ ମୁସଲମାନ ବେ-ଘର ହୋଇ ସାମ୍ବିଧାନିକ ଅଧିକାର ହରାଇଛନ୍ତି । ଇଭିଏମ୍ ସରକାର ଦେଶରେ ହିଟ୍‌ଲର ଶାସନ କରି ଲାଠିଚାର୍ଜ ଏବଂ ଗୁଳି ଚଳାଇ ଅରାଜକତା ସୃଷ୍ଟି କରି ଭାଇଚାରା ନଷ୍ଟ କରୁଛି ।
ଏଭଳି ଆଇନ୍‌କୁ ବିରୋଧ କରି ରାଷ୍ଟ୍ରୀୟ ପଛୁଆବର୍ଗ ସଂଘ, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ମୂଳନିବାସୀ ମାଇନରିଟି ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା ଓ ଅନ୍ୟାନ୍ୟ କ୍ରାନ୍ତିକାରୀ ସଂଗଠନର ସହଯୋଗରେ “ବହୁଜନ କ୍ରାନ୍ତି ମୋର୍ଚ୍ଚା” ଚଳିତ ଜାନୁଆରୀ ମାସ ୨୯ ତାରିଖରେ “ଭାରତ ବନ୍ଦ” ଡାକରା ଦେବାସହ ଡି.ଏନ୍‌.ଏ. ଟେଷ୍ଟ ମାଧ୍ୟମରେ ଏନ୍‌.ଆର.ସି. ଲାଗୁ ପାଇଁ ଦାବି ଜଣାଉଛନ୍ତି । ଯାହାଦ୍ୱାରା ଦେଶରେ କେଉଁମାନେ ବିଦେଶୀ ତା’ ବୈଜ୍ଞାନିକ ପଦ୍ଧତିରେ ନିରୂପଣ ହେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଡ୍‌ଭୋକେଟ୍ ସରୋଜକ କୁମାର ସେଠୀ, ରାଜ୍ୟ ସଂଯୋଜକ ବହୁଜନ କ୍ରାନ୍ତିମୋର୍ଚ୍ଚା, ମାନନୀୟ ଭଜମନ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମାନନୀୟ ସେକ୍ ଅବଦୁଲ୍ ୱାଲି, ରାଜ୍ୟସଭାପତି ଆର.ପି.ଆଇ.,ଓଡ଼ିଶା, ମାନନୀୟ ଅନୀଲ କୁମାର ମଲ୍ଲିକ, ରାଜ୍ୟସଭାପତି, ବି.ଏସ୍‌.ୱାଇ.ଏଫ୍‌., ଓଡ଼ିଶା, ମାନନୀୟ ସୌମ୍ୟରଂଜନ ଆଦ୍ୟା, ରାଜ୍ୟସଭାପତି ଭାରତୀୟ ବିଦ୍ୟାର୍ଥୀମୋର୍ଚ୍ଚା, ଓଡ଼ିଶା, ଶ୍ରୀମତୀ ଶାନ୍ତିଲତା କାରୁଆ, ଉପସଭାପତି, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ମୁକ୍ତି ରେହମାନ କାଶମୀ, ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା, କଟକ ପ୍ରମୁଖ ଯୋଗ ଦେଇଥିଲେ ।
ଉକ୍ତ ଭାରତ ବନ୍ଦ ଡାକରାରେ ବହୁସଂଖ୍ୟାରେ ସାମିଲ୍ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ୨୯, ଜାନୁଆରୀ ୨୦୨୦ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking